ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ଦୁଇ କେନ୍ଦ୍ର ମନ୍ତ୍ରୀ ପହଞ୍ଚିଛନ୍ତି। କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏବଂ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ତଥା କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ନିଶିଥ ପ୍ରାମାଣିକ ପହଞ୍ଚି କେନ୍ଦ୍ରାପଡ଼ା ଅଭିମୁଖେ ଯାଇଛନ୍ତି। ସେଠାରେ ଦଳୀୟ ସାଙ୍ଗଠନିକ ସ୍ଥିତି ସମ୍ପର୍କରେ ଉଭୟେ ସମୀକ୍ଷା କରିବେ। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଜନହିତକର ଯୋଜନାର କିଭଳି ରୂପାୟନ ହେଉଛି, ହିତାଧିକାରୀମାନଙ୍କ ପାଖରେ ଯୋଜନା ପହଞ୍ଚିଛି କି ନାହିଁ, ତୃଣମୂଳ ସ୍ତରରେ ସ୍ଥିତି କିପରି ରହିଛି ତାହା ଅନୁଧ୍ୟାନ କରାଯିବ। ଲନେଇ ଦୁଇ ମନ୍ତ୍ରୀ ସିଧାସଳଖ ହିତାଧିକାରୀମାନଙ୍କ ସହ ଆଲୋଚନା କରିବେ।
ଏହାଛଡ଼ା ଦଳର ସାଙ୍ଗଠନିକ ସ୍ଥିତି ଉପରେ ଅନୁଧ୍ୟାନ କରାଯିବ ବୋଲି ନିଶିଥ କହିଛନ୍ତି। ସେହିଭଳି ଗତକାଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ଆଦିବାସୀ ବ୍ୟାପର ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ବିଶ୍ୱେଶ୍ୱର ଟୁଡୁ, ନିତ୍ୟାନନ୍ଦ ରାୟ ଓ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଅଶ୍ବିନୀ ଚୌବେଙ୍କ ସମେତ ୫ ଜଣ କେନ୍ଦ୍ର ମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିଛନ୍ତି।
କେନ୍ଦ୍ରାପଡ଼ା ଗସ୍ତରେ ଦୁଇ କେନ୍ଦ୍ର ମନ୍ତ୍ରୀ: ପ୍ରଧାନମନ୍ତ୍ରୀଙ୍କ ଜନହିତକର ଯୋଜନା ରୂପାୟନର କରିବେ ଅନୁଧ୍ୟାନ
Advertisment
Follow Us