ବଲାଙ୍ଗୀର : ନିଆଁରେ ଜଳି ପୋଡ଼ିଗଲା ଦୁଇଟି କାର୍। ଏଭଳି ଘଟଣା ଘଟିଛି ବଲାଙ୍ଗୀର- ସମ୍ୱଲପୁର ରାସ୍ତାର ମାଧିଆପାଲିଠାରେ ଥିବା ଓଡ଼ିଶୀ ମୋଟର ସୋରୁମରେ।
ସୋ’ରୁମର ପାର୍କିଂ ଏରିଆରେ ହଠାତ୍ ନିଆଁ ଲାଗିଯାଇଥିଲା। ଫଳରେ ପାର୍କିଂରେ ଇନ୍ସୁରାନ୍ସ କ୍ଲେମ୍ କରିବା ପାଇଁ ରଖାଯାଇଥିବା ଦୁର୍ଘଟଣାଗ୍ରସ୍ତ ଦୁଇଟି କାର୍ରେ ନିଆଁ ଲାଗିଯାଇଥିଲା। ବଲାଙ୍ଗୀର ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ସେତେବେଳକୁ ଦୁଇଟି କାର୍ ସଂପୂର୍ଣ୍ଣ ପୋଡ଼ି ଯାଇଥିଲା। ସୋରୁମ ଭିତରକୁ ନିଆଁ ବ୍ୟାପିବା ଆଗରୁ ତାକୁ ଆୟତ୍ତ କରାଯାଇଥିଲା। ନହେଲେ ବହୁତ ବଡ଼ କ୍ଷତି ହୋଇଥାଆନ୍ତା। ଅଳିଆଗଦାରେ ନିଆଁ ଲଗାଇବା ସମୟରେ ଦୁଇ କାର୍ରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି।
Follow Us