ମାଲକାନଗିରି : ଅଜଣା ରୋଗରେ ୨ ଶିଶୁଙ୍କ ମୃତ୍ୟୁ, ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ଆଶଙ୍କା

Advertisment
ଦୁଷ୍କର୍ମ ମାମଲାର ତଦନ୍ତ ପାଇଁ, ନାବାଳିକାର ଶବ ମାଟିତଳୁ ବାହାର କରାଗଲା

image source-new indian express

ମାଲକାନଗିରି/ଗୋବିନ୍ଦପାଲ୍ଲୀ : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଉଦଲିବେଡ଼ା ପଞ୍ଚାୟତର ଚାଲାଣଗୁଡ଼ା ଗାଁରେ ଅଜଣା ରୋଗରେ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଛି। ମୃତ ୨ ଶିଶୁ ହେଲେ ଚାଲାଣଗୁଡ଼ାର ଭୀମସେନ ଖୁଡୁପିଆଙ୍କ ପୁଅ ଦିଲସାନ ଖୁଡୁପିଆ ଏବଂ ମିଥୁନ ସଗରିଆଙ୍କ ପୁଅ ମୋର୍ଗାନ ସଗରିଆ। ଉଭୟ ଶିଶୁଙ୍କୁ ପ୍ରଥମେ ଜ୍ବର ହୋଇଥିଲା। ସେମାନଙ୍କୁ ତୁରନ୍ତ ସ୍ଥାନୀୟ ମେଡିକାଲ ଓ ପରେ କୋରାପୁଟ ମେଡିକାଲ କଲେଜକୁ ନିଆଯାଇଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ହୋଇଛି।। ରୋଗର ପ୍ରକୃତ କାରଣ ଜଣାପଡ଼ି ନ ଥିବା ପରିବାର ଲୋକେ କହିଛନ୍ତି।

ପ୍ରକାଶ ଥାଉକି ଗତ ତିନି ଦିନ ତଳେ ମାଥିଲି ବ୍ଲକ ସୋଡ଼ିଗୁଡ଼ା ଗ୍ରାମରେ ଅଜଣା ରୋଗରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଡାକ୍ତରୀ ବିଭାଗ ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ କରିପାରିନି। ଗ୍ରାମବାସୀଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠା ଯାଇଥିବା ବେଳେ ଆହୁରି ୧୨ଜଣ ମାଥିଲି ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଏ ପରିସ୍ଥିତିରେ ଏବେ ଚାଲାଣଗୁଡ଼ାରେ ଦୁଇ ଶିଶୁଙ୍କ ମୃତ୍ୟୁ ପରେ ଲୋକେ ଛାନିଆ ହୋଇ ରହିଛନ୍ତି। ପୁଣି ଜାପାନିଜ୍‌ ଏନସେଫାଲାଇଟିସ୍‌ ଫେରିଲା କି ଆଶଙ୍କା କରି ଭୟଭୀତ ହୋଇ ପଡ଼ିଛନ୍ତି ଲୋକେ।

ଉଲ୍ଲେଖଯୋଗ୍ୟ ଯେ ଚାରି ବର୍ଷ ପୂର୍ବେ ଜିଲ୍ଲାରେ ଏହି ସମୟରେ ଜାପାନିଜ୍‌ ଏନସେଫାଲାଇଟିସ ରୋଗରେ ଶତାଧିକ ଶିଶୁଙ୍କ ଜୀବନ ଯାଇଥିଲା। ତେଣୁ ସ୍ବାସ୍ଥ୍ୟ ବିଭାଗ ଏ ଦିଗରେ ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ସେପଟେ ମାଲକାନଗିରି ସିଡିଏମଓ କେଉଁ କାରଣରୁ ଶିଶୁ ମୃତ୍ୟୁ ହେଉଛି ତାର ଯାଞ୍ଚ କରିବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe