ନୟାୁଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ମଦନପୁରରୁ ଆଜି ୨ ଶିଶୁ ପୁତ୍ରଙ୍କୁ ନୟାଗଡ଼ ଜିଲ୍ଲା ଚାଇଲ୍ଡ ଲାଇନ୍ କର୍ତ୍ତୃପକ୍ଷ ଉଦ୍ଧାର କରିଛନ୍ତି। ଜଣେ ଶିଶୁର ବୟସ ୨ ବର୍ଷ ହୋଇଥିବା ବେଳେ, ଅନ୍ୟ ଜଣେ ଶିଶୁର ବୟସ ୧ ବର୍ଷ ବୋଲି ଜଣାପଡ଼ିଛି। ଏହି ଦୁଇ ପିଲାଙ୍କୁ ମଦନୁପରର ଆଶାକର୍ମୀ ସସ୍ମିତା କୁମାରୀ ପଣ୍ଡା ନିଜ ପାଖରେ ରଖିଥିଲେ। ଏନେଇ କିଛି ଦିନ ତଳେ ଓଡ଼ଗାଁ ପୁଲିସ ନିକଟରେ ଖବର ପହଞ୍ଚିଥିଲା, ଏହି ଦୁଇ ପିଲା ଆଶାକର୍ମୀଙ୍କର ହୋଇନଥିବା ବେଳେ, ସେ ଏହାକୁ କେଉଁଠୁ ଆଣିଲେ ବୋଲି ପ୍ରଶ୍ନ ଉଠିଥିଲା। ଏଭଳି ସ୍ଥିତିରେ ଆଜି ଓଡ଼ଗାଁ ପୁଲିସ ଉପସ୍ଥିତିରେ ଚାଇଲ୍ଡ ଲାଇନ୍ କର୍ତ୍ତୃପକ୍ଷ ଘଟଣାର ତଦନ୍ତ କରିଥିଲେ। ସସ୍ମିତାଲ ଅତୀତରେ ଗର୍ଭବତୀ ଥିବା ନେଇ ଆବଶ୍ୟକୀୟ ପ୍ରମାଣପତ୍ର ମମତା କାର୍ଡ, ବିଭିନ୍ନ ଟିକା ନେଇଥିବା କାର୍ଡ ଦେଖାଇପାରିନଥିଲେ। ସ୍ଥାନୀୟ ଅଙ୍ଗନୱାଡି କର୍ମୀ ମଧ୍ୟ ଏହି ଦୁଇ ପିଲା ସସ୍ମିତାଙ୍କ ନୁହେଁ ବୋଲି କହିଥିଲେ। ଫଳରେ ଚାଇଲ୍ଡ ଲାଇନ୍ କର୍ତ୍ତୃପକ୍ଷ ୨ ଶିଶୁ ପୁତ୍ରଙ୍କୁ ଉଦ୍ଧାର କରି ଶିଶୁ ମଙ୍ଗଳ ସମିତି ହେପାଜରେ ଛାଡ଼ିଛନ୍ତି। ସସ୍ମିତା ଏହି ଦୁଇ ପିଲାଙ୍କୁ କେଉଁଠୁ ଆଣିଲେ ସେ ନେଇ ତନାଘନା ଚାଲିଛି।
ଚୋରି କରିଛନ୍ତି ନା କିଣିଛନ୍ତି? ଆଶାକର୍ମୀଙ୍କ ନିକଟରୁ ୨ ଶିଶୁ ପୁତ୍ର ଉଦ୍ଧାର
Advertisment
Follow Us