ପରିତ୍ୟକ୍ତ କୂଅରେ ପଡ଼ି ଦୁଇ ଶିଶୁକନ୍ୟା ମୃତ

କୁଆଖାଇରେ ବୁଡ଼ି ନାବାଳକ ମୃତ

sisat

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମୁଖ୍ୟ ଛକ ନିକଟରେ ଥିବା ଦିଲୀପ ମିଶ୍ରଙ୍କ ବାଡ଼ିପଟର ଏକ ପରିତ୍ୟକ୍ତ କୂଅରେ ପଡ଼ି ଦୁଇ ଶିଶୁକନ୍ୟା‌ଙ୍କ ମୃତ୍ୟୁ ହୋଇଛି। ଦୁଇ ଶିଶୁ ହେଲେ ଶିକ୍ଷକ ଆଲୋକ ମିଶ୍ରଙ୍କ ଝିଅ ଦିଶା (୩ ବର୍ଷ) ଓ ସଂଗ୍ରାମ ମିଶ୍ରଙ୍କ ଝିଅ ସିଦ୍ଧିଶ୍ରୀ (ଦେଢ଼ ବର୍ଷ)। ମୃତ ଦୁଇ ଶିଶୁକନ୍ୟା ସଂପର୍କୀୟ ଭଉଣୀ। ସୂଚନା ଅନୁସାରେ ଆଜି ଦୁହେଁ ଘରେ ଖେଳୁଥିବା ସମୟରେ ଉକ୍ତ ପରିତ୍ୟକ୍ତ ପୂଅରେ ପଡ଼ିଯାଇଥିଲେ। ପରିବାର ଲୋକେ ସେମାନଙ୍କୁ ନପାଇ ଖୋଜାଖୋଜି କରିଥିଲେ। ପରେ କୂଅରେ ପଡ଼ିଥିବା ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ବୀରମହାରାଜପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଉଭୟଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସୋନପୁର ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ଦିଶାଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ପରିବାର ଲୋକେ ସିଦ୍ଧିଶ୍ରୀଙ୍କୁ ବରଗଡ଼ର ଏକ ଘରୋଇ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe