ପୋଖରୀରେ ବୁଡ଼ି ୨ ଶିଶୁ ମୃତ

ଗାଧୋଇବାକୁ ଯାଇ ଆଉ ଫେରିଲାନି ପୁଅ, ହତ୍ୟା ସନ୍ଦେହ

Representative image

ଗୋଷାଣୀ : ଆଜି ଅପରାହ୍ଣ ସାଢ଼େ ଚାରିଟା ବେଳେ ଖେଳୁଥିବା ବେଳେ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍‌ ଘୋରଣୀ ପଞ୍ଚାୟତ ଏସ୍.ରତନସିଙ୍ଗି ଗ୍ରାମର ଦୁଇ ଶିଶୁ ପୋଖରୀରେ ବୁଡ଼ି ଯାଇ ପ୍ରାଣ ହରାଇଛନ୍ତି। ରମେଶ ଶବରଙ୍କ ୪ ବର୍ଷର ଝିଅ ଓ ବିଜୟ ଶବରଙ୍କ ୩ ବର୍ଷର ପୁଅ ଦୁହେଁ ବୁଡ଼ିଯିବା ଦେଖି ଲୋକେ ଦୁହିଁଙ୍କୁ ପୋଖରୀରୁ ଉଦ୍ଧାର କରିଥିଲେ। ତୁରନ୍ତ ସେମାନଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ନିଆଯିବା ପାଇଁ ଉଦ୍ୟମ ହୋଇଥିଲା। ତେବେ, ରାସ୍ତାରେ ଦୁହିଁଙ୍କ ପ୍ରାଣବାୟୁ ଉଡ଼ିଯାଇଥିବା ଦେଖି ପରିବାରବର୍ଗ ଘରକୁ ଫେରାଇ ଆଣିଥିଲେ। ଦୁଇ ଶିଶୁଙ୍କ ମୃତ୍ୟୁରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe