Image Courtesy of India Today
ଘୁ ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ବ୍ଲକ ଅନ୍ତର୍ଗତ ରାଇକଲା ପଞ୍ଚାୟତର ଦୁବେନାଜୁ ଗ୍ରାମର ଜଣେ ୮ ବର୍ଷର ବାଳକକୁ ପାଗଳ କୁକୁର ଗୁରୁତ୍ୱର ଭାବରେ ମୁଣ୍ଡରେ ମୁହଁରେ କାମୁଡି ଥିବା ଦେଖିବାକୁ ମିଳିଛି।
ସୂଚନା ଅନୁସାରେ ଦୁବେନାଜୁ ଗ୍ରାମର ରୋଷନ ପ୍ରଧାନ ନାମକ ୮ ବର୍ଷର ବାଳକ ବାହାରେ ଖେଳୁଥିବା ସମୟରେ ହଟାତ୍ ପାଗଳ ବୁଲା କୁକୁର ଆସି ମୁଣ୍ଡରେ ଆକ୍ରମଣ କରିଥିଲା। ତାଙ୍କ ମୁଁହ, ଆଖିରେ ଓ ମୁଣ୍ଡରେ ବହୁ ସ୍ଥାନରେ ଆକ୍ରମଣ କରିଥିବା ଦେଖିବାକୁ ମିଳିଛି।
ତେବେ ତୁରନ୍ତ ପରିବାର ଲୋକ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ଓ କାର୍ଯ୍ୟରତ ଡାକ୍ତର ଅଶୋକ କୁମାର୍ ପ୍ରଧାନ ତାଙ୍କୁ ଚିକିତ୍ସା କରିଥିଲେ ପରେ ଗୁରୁତ୍ୱର ଥିବା ଜାଣି ତାଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ। ସେହିପରି ଅନ୍ୟ ଜଣେ ଛୋଟ ବାଳକ ଲିଙ୍ଗାଗଡ ଗ୍ରାମପଞ୍ଚାୟତ ଅନ୍ତର୍ଗତ କଟଡଗାଣ୍ଡା ଗ୍ରାମର ଶୁବାଶିଷ ମଲ୍ଲିକ ବୟସ ୩ ବର୍ଷ ୪ ମାସ ତାଙ୍କୁ ମଧ୍ୟ ବାହାରେ ଖେଳୁଥିବା ସମୟରେ ସେହି କୁକୁର ଆକ୍ରମଣ କରିଥିବା ସୂଚନା ରହିଥିବା ବେଳେ ତାଙ୍କ ପିଠିରେ ବହୁ ସ୍ଥାନରେ କାମୁଡି ଥିବା ଦେଖିବାକୁ ମିଳିଛି, ପରିବାର ଲୋକ ତାଙ୍କୁ ମଧ୍ୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆଣି ଚିକିତ୍ସା କରିଥିବା ସୂଚନା ରହିଛି।
Follow Us