ଭିଜିଲାନ୍‌ସ ଜାଲରେ ୨ କୋଟିପତି କିରାଣି, ମିଳିଲା ୧କୋଟି ୩୨ ଲକ୍ଷ ଟଙ୍କାର ସମ୍ପତ୍ତି

Advertisment
ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଉପଜିଲ୍ଲାପାଳ ଅଫିସର ବରିଷ୍ଠ କିରାଣୀ ଗିରଫ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କୋଟିପତି କିରାଣି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କିରାଣି ଉଦୟନାଥ ଜେନାଙ୍କ ସୁନ୍ଦରପଦା-ଜଟଣୀ ରାସ୍ତାର ଏବରଙ୍ଗରେ ଥିବା ଦୁଇ ମହଲା କୋଠା, କେନ୍ଦ୍ରାପଡ଼ା ରାଜନଗର ଏନ୍ଦୁଲାପୁରରେ ଥିବା ପୈତୃକ ଘର, ଅଫିସରେ ଚଢ଼ଉ କରିଛି ଭୁବନେଶ୍ବର ଭିଜିଲାନ୍ସ ଡିଭିଜନ୍। ଚଢ଼ଉ ସମୟରେ ଏବରଙ୍ଗରେ ଥିବା ଦୁଇ ମହଲା କୋଠାର ମୂଲ୍ୟ ୬୬ଲକ୍ଷ ୯୪ ହଜାର ଟଙ୍କା, ପୁରୀରେ ଥିବା ଫ୍ଲାଟର ମୂଲ୍ୟ ୧୨ ଲକ୍ଷ ୭ ହଜାର ଟଙ୍କା, ରାଜନଗରରେ ଥିବା ପୈତୃକ ଘର ମୂଲ୍ୟ ୯ ଲକ୍ଷ ୧୬ ହଜାର ଟଙ୍କା, ବିଭିନ୍ନ ସ୍ଥାନରେ ଥିବା ୭ଟି ପ୍ଲଟର ମୂଲ୍ୟ ୨୨ ଲକ୍ଷ ୮୯ ହଜାର ଟଙ୍କା, ୯ ଲକ୍ଷ ୩୦ ହଜାର ଟଙ୍କାର ବ୍ୟାଙ୍କ ଜମା, ୨ ଲକ୍ଷ ୪୭ ଲକ୍ଷ ଟଙ୍କାର ଗହଣା, ନଗଦ ୫୬ ହଜାର ଟଙ୍କା ଠାବ କରାଯାଇଛି। ମୋଟ ସମ୍ପତ୍ତିର ମୂଲ୍ୟ ୧ କୋଟି ୩୨ ଲକ୍ଷ ୨୭ ହଜାର ୫୭ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଯଥେଷ୍ଟ ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଥିବାରୁ ଭିଜିଲାନ୍ସ ଉଦୟନାଥଙ୍କୁ ଜେରା କରୁଛି। ପୂର୍ବରୁ ତାଙ୍କ ନାଁରେ ଭିଜିଲାନ୍ସ ନିକଟରେ ଏକାଧିକ ଅଭିଯୋଗ ପହଞ୍ଚିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe