ରାଉରକେଲା : ବେଦବ୍ୟାସ ନିକଟସ୍ଥ ବେଲଡିହି ଛକରେ ଟ୍ରକ ଧକ୍କାରେ ଦୁଇ ଜଣ କଲେଜ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ରଦ୍ବୟ ହେଲେ, ବଣାଇଁ କଣ୍ଟାବାହାଲ ଗ୍ରାମର ସରୋଜ ମୁଣ୍ଡା (୨୦) ଓ ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଢେଙ୍କରପାଲିର ନାରାୟଣ ଗୌଡ(୨୨)। ସରୋଜ ଓ ନାରାୟଣ ବେଦବ୍ୟାସ ନିକଟସ୍ଥ କଲେଜରେ ପାଠ ପଢୁଥିବା ବେଳେ ମେସ୍ କରି ବେଲ୍ଡିହି ଛକରେ ରହୁଥିଲେ। ନାରାୟଣଙ୍କ ଘରେ କାମ ଥିବାରୁ ସାଙ୍ଗ ସରୋଜଙ୍କୁ ଧରି ରାଜଗାଙ୍ଗପୁର ଯାଇଥିଲେ। ଗତକାଲି ରାତିରେ ମୋଟର ସାଇକଲ ଯୋଗେ ଦୁଇ ସାଙ୍ଗ ରାଜଗାଙ୍ଗପୁରରୁ ବେଲ୍ଡିହି ଫେରୁଥିଲେ। ରାତି ପ୍ରାୟ ସାଢ଼େ ୧୦ଟାରେ ସେମାନେ ବେଲ୍ଡିହି ଛକ ଅତିକ୍ରମ କରୁଥିବା ବେଳେ ସ୍ଥାନୀୟ ପେଟ୍ରୋଲ ପମ୍ପରୁ ମୁଖ୍ୟ ରାସ୍ତାକୁ ଟ୍ରକ ଅଚାନକ ପଶି ଆସିଥିଲା। ଫଳରେ, ଦୁଇ ସାଙ୍ଗ ଦୁର୍ଘଟଣାର ଶିକାର ହୋଇଥିଲେ ଏବଂ ଦୁହିଁଙ୍କର ମୃତ୍ୟୁ ହୋଇଥିଲା।
ଟ୍ରକ୍-ବାଇକ୍ ଧକ୍କା: ୨ କଲେଜ ଛାତ୍ର ମୃତ
Advertisment
Follow Us