ଛାତ୍ରୀଙ୍କ ଭିଡିଓ ଭାଇରାଲ ପରେ ମା’ଙ୍କ ଆତ୍ମହତ୍ୟା ଘଟଣା: ବାଲେଶ୍ବରରୁ ଗିରଫ ହେଲେ ୨ କଲେଜ ଛାତ୍ର

Advertisment
ଓଲିଉଡ ନାୟିକା ଆଣିଲେ ସଙ୍ଗୀନ ଅଭିଯୋଗ: ପ୍ରଲୋଭନ ଦେଇ ପୁରୁଷବନ୍ଧୁ ରଖିଲେ ଶାରୀରିକ ସମ୍ପର୍କ, ଭିଡିଓ ଭାଇରାଲ୍ କଲେ

Patrika ( Representational)

ଯାଜପୁର ସଦର: ଯାଜପୁର ଟାଉନ ଥାନା ବିଚିତ୍ରପୁର ପଞ୍ଚାୟତ ଅଞ୍ଚଳର ଜଣେ ନାବାଳିକା କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ପରେ ତାଙ୍କ ମା’ ଆତ୍ମହତ୍ୟା କରିଥିଲେ। ଏ ଘଟଣାରେ ଯାଜପୁର ପୁଲିସ ଆଜି ୨ ଜଣ କଲେଜ ଛାତ୍ରଙ୍କୁ ବାଲେଶ୍ୱରରୁ ଗିରଫ କରିଛି। ଯାଜପୁର ଟାଉନ ଥାନା ବିଚିତ୍ରପୁର ପଞ୍ଚାୟତ ଅଞ୍ଚଳର ଜଣେ କଲେଜ ଛାତ୍ରୀ ଏବଂ ବାଲେଶ୍ୱରରେ ପାଠ ପଢୁଥିବା ଜଣେ କଲେଜ ଛାତ୍ରଙ୍କ ମଧ୍ୟରେ ଫେସବୁକରେ ସମ୍ପର୍କ ଗଢ଼ି ଉଠିଥିଲା। ପରେ କୌଣସି କାରଣରୁ ଛାତ୍ରୀଜଣକ ସଂପର୍କ ତୁଟାଇ ଦେଇଥିଲେ। ଏହାପରେ ଅଭିଯୁକ୍ତ ଛାତ୍ର ଜଣକ ଛାତ୍ରୀଙ୍କ ଫଟୋକୁ ଭାଇରାଲ କରିଦେଇଥିଲେ। ଏହି ଘଟଣାରେ ଆଉ ଜଣେ ଛାତ୍ର ସହଯୋଗ କରିଥିଲେ।

ଭିଡିଓ ଭାଇରାଲ ହେବା ପରେ ଗତ ସୋମବାର ସକାଳେ ଛାତ୍ରୀଙ୍କ ମା’ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ପରେ ନାବାଳିକା ଛାତ୍ରୀଙ୍କ ସମ୍ପର୍କୀୟ ଅଜା ଏ ସଂପର୍କରେ ଥାନାରେ ଅଭିଯୋଗ କରିଥିଲେ। ଯାଜପୁର ଥାନା ଦାୟିତ୍ୱରେ ଥିବା ଏସ୍‌ଆଇ ମାନସ ରଞ୍ଜନ ଚକ୍ର ମୁଖ୍ୟ ଅଭିଯୁକ୍ତ ଶୁଭଙ୍କର ଦଳାଇ ଓ ସହଯୋଗୀ ଜୟଦେବ ଦଳାଇଙ୍କୁ ବାଲେଶ୍ୱରରୁ ଗିରଫ କରିବା ସହ ସେମାନଙ୍କ ଦ୍ବାରା ବ୍ୟବହୃତ ମୋବାଇଲ ଫୋନ୍‌କୁ ଜବତ କରିଛନ୍ତି । ଏପରିକି ଛାତ୍ରୀଙ୍କ ମୋବାଇଲକୁ ମଧ୍ୟ ପୁଲିସ ଜବତ କରିଛି । ଯାଜପୁର ପୁଲିସ କେସ ନମ୍ବର ୩୧୧/୨୦ ରେ  ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe