ଧାନ ଗାଡ଼ି ଅଟକାଇ ପୁଲିସ ହନ୍ତସନ୍ତ, ୨ କନେଷ୍ଟବଳଙ୍କ ବଦଳି

Advertisment
ଧାନ ଗାଡ଼ି ଅଟକାଇ ପୁଲିସ ହନ୍ତସନ୍ତ, ୨ କନେଷ୍ଟବଳଙ୍କ ବଦଳି

ଛେଣ୍ତିପଦା : ଛେଣ୍ତିପଦା ଥାନା ବାଗେଡ଼ିଆ ଫାଣ୍ଡି ସମ୍ମୁଖରେ ଆଜି ଗାଡି ଯାଞ୍ଚ ବେଳେ ଏକ ଧାନ ବୋଝେଇ ପିକ୍‌ଅପ୍‌କୁ ଅଟକାଇବା ଘଟଣାରେ ପୁଲିସକୁ ସ୍ଥାନୀୟ ଜନସାଧାରଣଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଛି। ପ୍ରାୟ ଏକ ଘଣ୍ଟା ଧରି ସ୍ଥାନୀୟ ଜନତା ଓ ପୁଲିସ ମଧ୍ୟରେ ଯୁକ୍ତତର୍କ ହୋଇଥିଲା। ପରେ ଏହି ଘଟଣାକୁ ନେଇ ଫାଣ୍ଡିର ଦୁଇଜଣ କନେଷ୍ଟବଳଙ୍କୁ ଛେଣ୍ଡିପଦା ଥାନାକୁ ବଦଳି କରାଯାଇଥିବା ଜଣାଯାଇଛି।

ପ୍ରକାଶ ଯେ, ଦେବଗଡ଼ ଜିଲ୍ଲାର ଆଉଁଳୀ ଗ୍ରାମର ବାପଘରୁ ଦ୍ରୌପଦୀ ସାହୁ(୩୪) ଧାନ ‌ଓ ଓଲି ‌େବାଝେଇ ପିକ୍‌ଅପ୍‌ ଗାଡି (ଓଡି-୧୯-ଏନ-୨୫୦୬)ରେ ପିଲାଙ୍କ ସହିତ ଶ୍ବଶୁରଘର ଛେଣ୍ତିପଦା ଥାନା ସନ୍ତରାବନ୍ଧ ଗ୍ରାମକୁ ଯାଉଥିଲେ। ଆଜି ସକାଳ ୭ ଟାରେ ଗଞ୍ଜେଇ ଚାଲାଣର ଖବର ପାଇ ବାଗେଡିଆ ଫାଣ୍ତି ସମ୍ମୁଖରେ ଫାଣ୍ତି ଅଧିକାରୀ ବୁଦ୍ଧଦେବ ବିଶ୍ବାଳ ସଦଳବଳ ଉକ୍ତ ଧାନ ଓ ଉଲି ବୋଝେଇ ଗାଡିକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଗାଡିରୁ ଧାନ ଓ ଉଲି ବସ୍ତା ସବୁ ତଳକୁ ପୁଲିସ ଓହ୍ଲାଇ ଦେଇଥିଲା। ହେଲେ ଗାଡିରୁ ଗଞ୍ଜେଇ ମିଳିନଥିଲା। ୨ ଘଣ୍ଟା ଧରି ଗାଡି ଖାନତଲାସ ବେଳେ ସେଠାରେ ଅଞ୍ଚଳର ଶତାଧିକ ଲୋକଙ୍କ ଭିଡ଼ ଜମିବା ସହ ଏହି ଘଟଣାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋ‌ଷ ପ୍ରକାଶ ପାଇଥିଲା। ଅସନ୍ତୁଷ୍ଟ ଜନତା ଓ ଗାଡି ମାଲିକଙ୍କ ଚାପରେ ପୁଲିସ ହଟହଟା ହେବା ସହ ତଳକୁ ଓହ୍ଲାଇଥିବା ଧାନ ଓ ଉଲିବସ୍ତାକୁ ପୁଣି ଗାଡିରେ ବୋଝେଇ କରିବାକୁ ବାଧୢ ହୋଇଥିଲା। ପରେ, ଏହି ଘଟଣାରେ କନେଷ୍ଟବଳ ସ˚ଜୟ ସ୍ବାଇଁ ଓ କନ୍ଦର୍ପ ମହାଳିକଙ୍କୁ ଛେଣ୍ଡିପଦା ଥାନା ଆଇଆଇସି ନିର୍ମଳା ଗୋଛାୟତ ବାଗେଡିଆରୁ ଛେଣ୍ତିପଦା ଥାନାକୁ ବଦଳି କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe