ନାଲିବତି ଗାଡ଼ିରେ ଯାଉଥିବା ବେଳେ ଧରାପଡ଼ିଲେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ

Advertisment
ନାଲିବତି ଗାଡ଼ିରେ ଯାଉଥିବା ବେଳେ ଧରାପଡ଼ିଲେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ

image souce-sambad english

ବାହାନଗା: ବାଲେଶ୍ବର ଜିଲ୍ଲାର ଖନ୍ତାପଡ଼ା ଥାନା ଅଞ୍ଚଳରୁ ଦୁଇଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ପୁଲିସ୍ ଗିରଫ କରିଥିବାର ଖବର ମିଳିଛି। ଉଭୟଙ୍କ ନାମରେ ବହୁ ଅପରାଧିକ ମାମଲା ଥିବା କୁହାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ସାଢେ ୯ଟା ବେଳେ ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଟୋଲଗେଟ୍ ନିକଟରେ ଏକ ନାଲିବତି ଗାଡ଼ି ପହଞ୍ଚିଥିଲା। ସେଠାରେ ଥିବା ପୁଲିସ୍ କର୍ମଚାରୀମାନେ ଉକ୍ତ ଗାଡ଼ିର ଖାନତଲାସି କରିବାକୁ ଯାଉଥିବା ବେଳେ ସେଥିରେ ଥିବା ଦୁଇଜଣ ଦୁର୍ଦ୍ଦାନ୍ତ ଅପରାଧୀ ସେମାନଙ୍କୁ ଅଟକାଇବା ସହିତ ଗାଳିଗୁଲଜ କରିଥିଲେ। ତେବେ ସେହି ଗାଡ଼ିରୁ ଏକ ବନ୍ଧୁକ ଜବତ କରାଯିବା ପରେ ଉଭୟଙ୍କୁ ଖନ୍ତାପଡ଼ା ଥାନାରେ ଅଟକ ରଖିଥିଲା। ସେଦୁହେଁ ଭୁବନେଶ୍ବରରୁ ବାଲେଶ୍ବର ଆସୁଥିବା ଜଣାଯାଇଛି।

ଏହାପରେ ଉଭୟଙ୍କୁ ପଚରାଉଚରା କରାଯାଇଥିଲା।  ତା’ପରେ ସେହି ଦୁଇଜଣ ଦୁର୍ଦ୍ଦାନ୍ତ ଅପରାଧୀ ବୋଲି ଜଣାଯାଇଥିଲା। ଏହାପରେ ପୁଲିସ୍ ଉଭୟଙ୍କୁ ଗିରଫ କରିଥିଲା। ତେବେ ପୁଲିସ୍ ପକ୍ଷରୁ ଏଯାବତ୍ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀଙ୍କର ନାମ ବା ସେଦୁହେଁ କେଉଁସବୁ ଅପରାଧ ସହ ଜଡ଼ିତ ଅବା କେଉଁ ଥାନାରେ ଉଭୟଙ୍କ ନାଆଁରେ ମାମଲା ଅଛି ସେନେଇ କିଛି ସ୍ପଷ୍ଟ କରାଯାଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe