ତିର୍ତ୍ତୋଲ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲା : ଏମଡି ଆସିଫ ଅଲ୍ଲୀ ଓ ଶେଖ୍ ଅକିଲ ଦୋଷୀ ‌ସାବ୍ୟସ୍ତ, ମୃତ୍ୟୁଦଣ୍ଡାଦେଶ ଶୁଣାଇଲେ ପୋକ୍ସୋ କୋର୍ଟ

Advertisment

ମୁଖ୍ୟ ଅଭିଯୁକ୍ତ ଜଗତସିଂହପୁର,ସହଯୋଗୀ ଚୌଦ୍ବାର ଜେଲରେ ରହିବ

ମୁଖ୍ୟ ଅଭିଯୁକ୍ତ ଜଗତସିଂହପୁର,ସହଯୋଗୀ ଚୌଦ୍ବାର ଜେଲରେ ରହିବ

ତିର୍ତ୍ତୋଲ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲା : ଏମଡି ଆସିଫ ଅଲ୍ଲୀ ଓ ଶେଖ୍ ଅକିଲ ଦୋଷୀ ‌ସାବ୍ୟସ୍ତ, ମୃତ୍ୟୁଦଣ୍ଡାଦେଶ ଶୁଣାଇଲେ ପୋକ୍ସୋ କୋର୍ଟ

ଜଗତସିଂହପୁର ଟାଉନ୍ :ତିର୍ତ୍ତୋଲ ଥାନା କୃଷ୍ଣାନନ୍ଦପୁର ପଞ୍ଚାୟତ ମାନୁ ମହଲାରେ ୮ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ସେମାନେ ହେଲେ ସେହି ପୀଡ଼ିତାଙ୍କ ଗାଁର ଏସ.କେ ଆସିଫ ଅଲ୍ଲୀ ଓରଫ୍ ଏମଡି ଆସିଫ ଅଲ୍ଲୀ ଓ ଶେଖ୍ ଅକିଲ। ଏହା ଏକ ବିରଳରୁ ବିରଳତମ ମାମଲା ହୋଇଥିବାରୁ ଆଇପିସି ଦଫା-୩୦୨ରେ ଦୁଇ ଆସାମୀଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି ସ୍ବତନ୍ତ୍ର ପୋକସୋ ତଥା ଫାଷ୍ଟ ଟ୍ରାକ୍ କୋର୍ଟ ବିଚାରପତି ଅଜୟ କୁମାର ମହାନ୍ତି। ଏଥି ସହିତ ଉଭୟଙ୍କୁ ୫୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରାଯାଇଛି। ସେହିପରି ଦୁଇ ଅଭିଯୁକ୍ତ ଶେଖ୍ ଆବିଦ ଓ ଶେଖ୍ କରିମ ଏହି ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ମୁଖ୍ୟ ଅଭିଯୁକ୍ତ ଶେଖ୍ ଆସିଫକୁ ଜଗତସିଂହପୁର ଆଳିପିଙ୍ଗଳ ଉପକାରାଗାରକୁ ପଠା ଯାଇଥିବା ବେଳେ ଶେଖ ଅକିଲକୁ ଚୌଦ୍ବାର ମଣ୍ଡଳ କାରବାର ପଠାଇ ଦିଆଯାଇଛି।

ମାମଲାରୁ ପ୍ରକାଶ, ୨୦୧୪ ଅଗଷ୍ଟ ୨୧ ତାରିଖରେ ପୀଡ଼ିତା ନାବାଳିକା ନିଜର ସମ୍ପର୍କୀୟ ଭାଇ ସହ ଘର ନିକଟସ୍ଥ ଏକ ଦୋକାନକୁ ଚକୋଲେଟ୍ କିଣିବାକୁ ଯାଇଥିଲା। କିନ୍ତୁ ଦୀର୍ଘ ସମୟ ଧରି ଘରକୁ ଫେରି ନ ଥିଲା। ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ଏକ ପରିତ୍ୟକ୍ତ ଘର ତାଜାରୁ ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର କରିଥିଲେ। ପୀଡ଼ିତାଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆ ଯାଇଥିଲା। ସେଠାରୁ କଟକ ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ଗଣଦୁଷ୍କର୍ମ ପରେ ହତ୍ୟା କରା ଯାଇଥିବା ନେଇ ପୀଡ଼ିତାଙ୍କ ମାଉସୀ ଥାନାରେ ଏତଲା ଦେଇଥିଲେ। ପୁଲିସ ମାମଲା(କେସ୍ ନଂ-୧୮୩/୧୪) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ମାସକ ଭିତରେ ସମସ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରା ଯାଇଥିଲା। ପୁଲିସ ତଦନ୍ତ କରି ଚାର୍ଜସିଟ୍ ଦାଖଲ କରିଥିଲା। କୋର୍ଟ ମାମଲାର ଶୁଣାଣି କରିବା ସହ ୨୭ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରିଥିଲେ। ଆଜି ଅପରାହ୍ନ ପ୍ରାୟ ୨ଟାରେ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରା ଯାଇଥିଲା। ପୀଡ଼ିତା ଜଣେ ନାବାଳିକା ଓ ଏହା ଏକ ଜଘନ୍ୟ କାଣ୍ଡ ହୋଇଥିବାରୁ ଆସାମୀଙ୍କୁ ଫାଶୀ ଦଣ୍ଡ ଦେବା ପାଇଁ ସରକାରୀ ଓକିଲ ଦୋଳଗୋବିନ୍ଦ ଦାଶ ଯୁକ୍ତି ଉପସ୍ଥାପନ କରିଥିଲେ। ସେହିପରି ଆସାମୀଙ୍କର ଏହା ପ୍ରଥମ ଅପରାଧ ହୋଇଥିବାରୁ ସେମାନଙ୍କୁ ମୃତ୍ୟୁ ଦଣ୍ଡ ବଦଳରେ ଆଜୀବନ କାରାଦଣ୍ଡ ପାଇଁ ପ୍ରତିପକ୍ଷ ଓକିଲ ଯୁକ୍ତି ବାଢ଼ିଥିଲେ। ଦୁଇ ପକ୍ଷ ଓକିଲଙ୍କ ଯୁକ୍ତି ଶୁଣିବା ପରେ ବିଚାରପତି ଆସାମୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ। ସେହିପରି ଆଇପିସି ଦଫା-୩୭୬ରେ ଆଜୀବନ କାରାଦଣ୍ଡ ଓ ୩୭୬(ଡି)ରେ ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ସର୍ବାଧିକ ଦଣ୍ଡ ଲାଗୁ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe