ନକଲି ସୁନାରେ ଦୁଇକୋଟି ଋଣ: ୨ ବ୍ୟାଙ୍କ ଅଧିକାରୀ ନିଲମ୍ବିତ

Advertisment
ମୟୂରଭଞ୍ଜ ଡିଏମ୍‌ଏଫ୍‌ ଟଙ୍କା ହଡ଼ପ: ଜିଲ୍ଲାପାଳଙ୍କ ଜାଲ୍‌ ଦସ୍ତଖତରେ ନେଇଗଲେ ୯.୭୬ କୋଟି

blog.ipleaders.in

ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡ଼ା ବଜାର‌ରେ ଥିବା ଏକ ଜାତୀୟକରଣ ବ୍ୟାଙ୍କରେ ନକଲି ସୁନା ବନ୍ଧକ ରଖି ଦୁଇକୋଟି ଟଙ୍କାର ଋଣ ଉଠାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ବ୍ୟାଙ୍କର ଦୁଇ ଅଧିକାରୀ ନିଲମ୍ବିତ ହୋଇଛନ୍ତି। ବ୍ୟାଙ୍କରେ ଗ୍ରାହକମାନେ ସୁନା ବନ୍ଧକ ରଖି ଋଣ ନେଇଥାନ୍ତି। ସୁନା ବନ୍ଧକ ରଖିବା ସମୟରେ ସୁନାର ମାନ ଯାଞ୍ଚ ପାଇଁ ବ୍ୟାଙ୍କ ପକ୍ଷରୁ ସ୍ୱୀକୃତିପ୍ରାପ୍ତ ବଣିଆକୁ ନିୟୋଜିତ କରାଯାଇଥିଲା। ବଣିଆ ଜଣକ ନକଲି ସୁନାକୁ ଅସଲି ଦର୍ଶାଇଥିଲେ। ଫଳରେ ଦୁଇକୋଟି ଟଙ୍କା ହେରଫେର ହୋଇଥିବା ଜଣାପଡ଼ିଛି। ଏଥିରେ ବ୍ୟାଙ୍କର ଶାଖା ପରିଚାଳକ ଓ ଅନ୍ୟ ଜଣେ ଅଧିକାରୀ ସଂପୃକ୍ତ ଥିବା ଜଣାପଡ଼ିଛି।

ବ୍ୟାଙ୍କର ଜଣେ କର୍ମଚାରୀ ନାମ ଗୋପନ ରଖି କହିଛନ୍ତି, ଅଡିଟ ପୂର୍ବରୁ ସୁନା ଯାଞ୍ଚ ହୋଇଥିଲା। ପ୍ରାୟ ୧୦୦ଟି ପ୍ୟାକେଟରେ ନକଲି ସୁନା ଥିବା ଅଧିକାରୀମାନେ ଜାଣିବାକୁ ପାଇଥିଲେ। ଏହି ଘଟଣା ଜଣାପଡ଼ିବା ପରେ ଦୁଇ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଏହି ନିଲମ୍ବନ ଆଦେଶ କେନ୍ଦ୍ରୀୟ କାର୍ଯ୍ୟାଳୟରୁ ଆସିଥିବା ବ୍ୟାଙ୍କ କର୍ମଚାରୀ ଜଣକ କହିଛନ୍ତି। ଯୋଡ଼ା ସହରର ଦୁଇଟି ପ୍ରତିଷ୍ଠିତ ସୁନା ଦୋକାନର ବଣିଆ ଋଣ ପାଇଁ ବନ୍ଧକ ଦିଆଯାଉଥିବା ସୁନାର ମାନ ଯାଞ୍ଚ କରୁଥିଲେ। ସେମାନଙ୍କ ଭୂମିକା ମଧ୍ୟ ସନ୍ଦେହଘେରକୁ ଆସିଛି। ସୂଚନାଯୋଗ୍ୟ, ଅତୀତରେ ଏଭଳି ଅନିୟମିତତା ଧରାପଡ଼ିବା ଯୋଗୁଁ ଜଣେ ବଣିଆକୁ ବ୍ୟାଙ୍କ ପରିବର୍ତ୍ତନ କରିଥିଲା। ବାଲେଶ୍ୱରରୁ ଏକ ଟିମ୍ ଆସି ତଦନ୍ତ ଚଳାଇଛି। ଏନେଇ ସଂପୃକ୍ତ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe