ରାସ୍ତାନିର୍ମାଣ କାମରେ ସୁରକ୍ଷା ପ୍ରଦାନ କରୁଥିଲେ ସିଆର୍‌ପିଏଫ୍‌ ଯବାନ, ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୨ ଆହତ

Advertisment
ରାସ୍ତାନିର୍ମାଣ କାମରେ ସୁରକ୍ଷା ପ୍ରଦାନ କରୁଥିଲେ ସିଆର୍‌ପିଏଫ୍‌ ଯବାନ, ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୨ ଆହତ

ମାଲକାନଗିରି: ଛତିଶଗଡର ବିଜାପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୨ ଜଣ ସିଆରପିଏଫ ଯବାନ ଗୁରୁତର ଆହତ ହୋଇଛନ୍ତି। ବିଜାପୁର ଜିଲ୍ଲାର ମୋଦକପାଲ ଥାନା ଅନ୍ତର୍ଗତ ହାଲବାପଡା ଗ୍ରାମ ନିକଟରେ ରାସ୍ତା ନିର୍ମାଣ କାମ ଚାଲିଥିବା ବେଳେ ସିଆରପିଏଫ ଯବାନ ଏହି ରାସ୍ତା କାମକୁ ସୁରକ୍ଷା ପ୍ରଦାନ କରୁଥିଲେ। ତେବେ ରାସ୍ତା କଡରେ ନକ୍ସଲ ପୂର୍ବରୁ ଲ୍ୟାଣ୍ଡମାଇନ ଖଞ୍ଜିଥିଲେ, ଯାହାଫଳରେ ଯବାନଙ୍କୁ ଟାର୍ଗେଟ କରି ନକ୍ସଲ ବିସ୍ଫୋରଣ କରିଥିବା ଜଣାପଡିଛି। ତେବେ ଏହି ବୋମା ବିସ୍ଫୋରଣରେ ଦୁଇ ଜଣ ସିଆରପିଏଫ ଯବାନ ଆହତ ହୋଇଛନ୍ତି। ସେମାନେ ହେଲେ ବାଲ କିଶାନ ଏବଂ ସନିଦୁଲ ଇସଲାମ। ଏମାନଙ୍କୁ ଜିଲ୍ଲା ହସପିଟାଲରେ ଭର୍ତ୍ତି କରାଯାଇଥିବା କୁହାଯାଇଛି।ଏହି ଅଂଚଳକୁ ଯବାନ ଘେରିବା ସହ ସର୍ଚ୍ଚ ଅପରେସନ ଜୋରଦାର କରୁଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe