ଏକସଙ୍ଗେ ଆସୁଛି ଦୁଇ ଲଘୁଚାପ

Advertisment

ମେ’ଶେଷ ସପ୍ତାହରେ ବଙ୍ଗୋପସାଗର ଏବଂ ଆରବସାଗରରେ ଲଘୁଚାପ ସମ୍ଭାବନା ରହିଛି। ୨୭ ମେ’ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଏହାର ସଂଲଗ୍ନ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି...

ମେ’ଶେଷ ସପ୍ତାହରେ ବଙ୍ଗୋପସାଗର ଏବଂ ଆରବସାଗରରେ ଲଘୁଚାପ ସମ୍ଭାବନା ରହିଛି। ୨୭ ମେ’ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଏହାର ସଂଲଗ୍ନ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି...

Two Cyclonic System are coming together.

Two Cyclonic System are coming together. Photograph: (sambad.in)

ଭୁବନେଶ୍ବର: ମେ’ଶେଷ ସପ୍ତାହରେ ବଙ୍ଗୋପସାଗର ଏବଂ ଆରବସାଗରରେ ଲଘୁଚାପ ସମ୍ଭାବନା ରହିଛି। ୨୧ ମେ’ ବେଳକୁ ଆରବସାଗରର କର୍ଣ୍ଣାଟକ ଉପକୂଳରେ ଘୁର୍ଣ୍ଣିବଳୟ  ସମ୍ଭାବନା ଥିବା ବେଳେ ୨୨ ମେ’ ବେଳକୁ ଏହା ଲଘୁଚାପର ରୂପ ନେବ। ଏହି ଲଘୁଚାପ ଅଧିକ ଘନୀଭୂତ ହେଇ ଉତ୍ତରକୁ ଗତି କରିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୂମାନ କରାଯାଇଛି। 

ସେହିପରି ୨୭ ମେ’ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଏହାର ସଂଲଗ୍ନ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହେଇ ଲଘୁଚାପର ରୂପ ନେଇପାରେ ।

ପ୍ରଶାସନ ପକ୍ଷରୁ ଉପକୂଳବର୍ତ୍ତୀ ବାସିନ୍ଦାଙ୍କୁ ପାଣିପାଗ ରିପୋର୍ଟ ସହିତ ଅପଡେଟ୍ ରହିବାକୁ ଏବଂ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରାଯାଇଛି। ପରିସ୍ଥିତି ଖରାପ ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

ସମ୍ପ୍ରତି ରାଜ୍ୟରେ ଗ୍ରୀଷ୍ମପ୍ରବାହ ସହିତ ଗୁଳୁଗୁଳି ଜାରି ରହିଛି।  ଉପକୂଳବର୍ତ୍ତି  ଜିଲ୍ଲା ବାଲେଶ୍ୱର,ଭଦ୍ରକ,କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର,କଟକ,ପୁରୀ,ଖୋର୍ଦ୍ଧା,ନୟାଗଡ଼,କଟକ,ଗଞ୍ଜାମ,ଗଜପତିରେ ଗୁଳୁଗୁଳିକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଅଧିକ ପଢ଼ନ୍ତୁ: ଦକ୍ଷିଣ ଏସିଆ ଶ୍ରମ ଗତିଶୀଳତା ସମ୍ମିଳନୀରେ ଯୋଗଦେବା ପାଇଁ ଭୁଟାନ ଗଲେ ଉପମୁଖ୍ୟମନ୍ତ୍ରୀ ସିଂହଦେଓ

ଏହା ସହିତ ଆଗାମୀ ଚାରିଦିନ ପାଇଁ କାଳବୈଶାଖୀ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।  ଆଗାମୀ ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ,ବାଲେଶ୍ୱର,ଭଦ୍ରକ,କେନ୍ଦୁଝର,ଗଜପତି, ରାୟଗଡା,କୋରାପୁଟ, ମାଲକାନଗିରିରେ ବିଜୁଳି ଘଡଘଡି ସହ କାଳବୈଶାଖୀ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି ।

୨୪ ମେ’ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ଲାଗିରହିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ପ୍ରଦାନ କରିଛନ୍ତି।

ଅଧିକ ପଢ଼ନ୍ତୁ: ଭାରତ ଧର୍ମଶାଳା ନୁହେଁ, ସମସ୍ତଙ୍କୁ ଏଠାରେ ଆଶ୍ରୟ କାହିଁକି ଦିଆଯିବ : ସୁପ୍ରିମକୋର୍ଟ

MD | imd bhubaneswar | Cyclone

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe