ପେଟ କାଟିବାରୁ ଅସହ୍ୟ ଯନ୍ତ୍ରଣା: ଚାଲିଗଲା ଦୁଇ ଝିଅଙ୍କ ଜୀବନ, ସାପ କାମୁଡ଼ା ଅଭିଯୋଗ

Advertisment
ପେଟ କାଟିବାରୁ ଅସହ୍ୟ ଯନ୍ତ୍ରଣା: ଚାଲିଗଲା ଦୁଇ ଝିଅଙ୍କ ଜୀବନ, ସାପ କାମୁଡ଼ା ଅଭିଯୋଗ

ଘଣ୍ଟାପଡ଼ା: ବୌଦ୍ଧ ଜିଲ୍ଲା କଣ୍ଟାମାଳ ରେଞ୍ଜ ଅନ୍ତର୍ଗତ ଗୌରି ବେଙ୍ଗେସ ପତ୍ରଫଡିରେ ଗୁରୁବାର ବିଳମ୍ବିତ ରାତ୍ରିରେ ଦୁଇ ଝିଅଙ୍କ ମୃତ୍ୟୁ ହୋଇଛି। ଝିଅ ଦୁଇଜଣ ହେଲେ ଗୌରିବେଙ୍ଗେସ ଗ୍ରାମର ଝରଣା ଭୋଇ (୧୮) ଓ ଶୈଳେନ୍ଦ୍ରୀ(୧୯)।

ସୂଚନାନୁସାରେ ଗତକାଲି ସଂଧ୍ୟା ପ୍ରାୟ ସାତଟା ସମୟରେ ସବୁଦିନ ଭଳି ଦୁଇ ଝିଅ ପରିବାର ସଦସ୍ୟଙ୍କ ସହିତ ଖାଇପିଇ ଶୋଇଥିଲେ। ହଠାତ ରାତ୍ରି ୨ଟା ସମୟରେ ଝିଅ ଦୁଇଟି ପେଟ କାଟୁଥିବା ନେଇ ଅସହ୍ୟ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ କଣ୍ଟାମାଳ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘାଷଣା କରିଥିଲେ। ଉଭୟଙ୍କ ପାଟିରୁ ଫେଣ ବାହାରୁଥିବାରୁ ବିଷୟକ୍ରିୟାରେ ଉଭୟଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ପରିବାର ଲୋକେ ସାପ କାମୁଡ଼ିଥିବା ଅଭିଯୋଗ କରୁଛନ୍ତି।

ପ୍ରକାଶ ଯେ ପତ୍ର ବନ୍ଧାଳିମାନେ ଅତ୍ୟନ୍ତ ଅସ୍ବାସ୍ଥ୍ୟକର ପରିବେଶରେ ଦୟନୀୟ ଭାବରେ ତଳେ ଶୋଉଥିବାରୁ ଏପରି ଘଟଣାମାନ ହେଉଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। କେନ୍ଦୁପତ୍ର ବିଭାଗ ପକ୍ଷରୁ ମୃତକ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe