ଦୁଇ ଦିନ ପରେ ଯୁକ୍ତ-୨ ପରୀକ୍ଷା, ଆନ୍ଦୋଳନରେ ଅଧ୍ୟାପକ

Advertisment
ଦୁଇ ଦିନ ପରେ ଯୁକ୍ତ-୨ ପରୀକ୍ଷା, ଆନ୍ଦୋଳନରେ ଅଧ୍ୟାପକ

Kalinga TV

ବରଗଡ଼: ଦୁଇ ଦିନ ପରେ ଯୁକ୍ତ ଦୁଇ ପରୀକ୍ଷା। କିନ୍ତୁ ୬୬୨ ସଂଘ ଅନ୍ତର୍ଗତ ଶିକ୍ଷକ ଓ କର୍ମଚାରୀ ୧୪ ଦିନ ହେଲା ଆନ୍ଦୋଳନରେ। ତେଣୁ ପରୀକ୍ଷାରେ ବିଭ୍ରାଟ ଉପୁଜିବା ଆଶଂକା ରହିଛି। ଛାତ୍ରଛାତ୍ରୀ ଓ ଅଭିଭାବକ ମଧ୍ୟ ଏଥିରେ ଦ୍ବନ୍ଦ୍ବ ଭିତ‌ରେ ରହିଛନ୍ତି। ସରକାର ଦାବି ପୂରଣ ନ କଲେ ଶିକ୍ଷକମାନେ ଆନ୍ଦୋଳନ ଜାରି ରଖିବା ସହ ଯୁକ୍ତ ଦୁଇ ପରୀକ୍ଷା ପରିଚାଳନାରୁ ବିରତ ରହିବେ ବୋଲି ଘୋଷଣା କରିଛନ୍ତି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅନ୍ତର୍ଗତ ପଶ୍ଚିମାଂଚଳ ଜୋନ୍‌ରେ ୯ ଜିଲ୍ଲା ଅନ୍ତର୍ଗତ ୨ଶହଟି ପରୀକ୍ଷାକେନ୍ଦ୍ରରେ ପ୍ର‌ାୟ ୭୦ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ।

୨ହଜାରରୁ ଅଧିକ ଅଧ୍ୟାପକ, ଅଧ୍ୟାପିକା ତଥା କର୍ମଚାରୀଙ୍କ ଉପରେ ପରୀକ୍ଷା ପରିଚାଳନା ଦାୟିତ୍ୱ ରହିଛି। ମାତ୍ର ଅଧ୍ୟାପକଙ୍କ ଆନ୍ଦୋଳନ ପରୀକ୍ଷା ପରିଚାଳନାରେ ଆଶଂକା ସୃଷ୍ଟି କରିଛି। ପିଲାଙ୍କ ଭବିଷ୍ୟତ ଏବଂ ଅଧ୍ୟାପକ-କର୍ମଚାରୀଙ୍କ ନ୍ୟାର୍ଯ୍ୟ ଦାବି ପୂରଣ ଦିଗରେ ସରକାର ତୁରନ୍ତ ଦୃଷ୍ଟି ଦିଅନ୍ତୁ ବୋଲି ୬୬୨ ବର୍ଗର ସମ୍ବଲପୁର ଜିଲ୍ଲା ସଭାପତି ଅଶୋକ ପୁରୋହିତ, ସଂପାଦକ ବିଶ୍ୱପତି ବେହେରା, ବରଗଡ଼ ଜିଲ୍ଲା ସଭାପତି ଅଶୋକ ବେହେରା, ସଂପାଦକ ସୁଶାନ୍ତ ମିଶ୍ର, ବଲାଂଗୀର ସଭାପତି ପ୍ରଣବ କୁଆଁର, ଛବିଲାଲ ବଗର୍ତି, ବୌଦ୍ଧ ଜିଲ୍ଲା ସଭାପତି ମାନଭଂଜନ ତ୍ରିପାଠୀ, ସୋନପୁର ଜିଲ୍ଲା ସଭାପତି କଳ୍ପନା ଦାଶ, ସୁବାସ ପଣ୍ଡା, କଳାହାଣ୍ଡି ସଭାପତି ପ୍ରତାପ ଦାଶ, ସମୀର ମହାପାତ୍ର, ସୁନ୍ଦରଗଡ଼ ସଭାପତି ଯଦୁମଣି ଦାଶ, ଝାରସୁଗୁଡ଼ା ସଭାପତି ସନ୍ତୋଷ ପଟେଲ, ମଧୁସୁଦନ ବଲବନ୍ତ ରାୟ, ଦେବଗଡ଼ ସଭାପତି ବିଜୟ ଶତପଥୀ, ନୂଆପଡ଼ା ସଭାପତି ରୁଦ୍ରନାରାୟଣ ସାହୁ, ଦେବେନ୍ଦ୍ର ମିଶ୍ର, ଜଗଦିଶ ଦେବତା, ମମତା ବିଶ୍ୱାଲ, ରାଜେଶ ମିଶ୍ର ପ୍ରମୁଖ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe