ବାରିପଦା: ସାପ କାମୁଡ଼ାରେ ଦୁଇ ଛାତ୍ରୀ ମୃତ। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଖାଣ୍ଡିଆ ପଞ୍ଚାୟତର ବଡ଼ଦନାମରା ଗ୍ରାମରେ।
ମିଳିଥିବା ସୂଚନା ଅନୁଯାୟୀ ସେହି ଥାନା ଅଞ୍ଚଳରେ ରହୁଥିବା ଦୁଇ ସଢ଼ୁ ସେମାନଙ୍କ ଶଶୁର ଘରକୁ ବୁଲିବାକୁ ଯାଇଥିଲେ।ସେମାନଙ୍କର ଦୁଇ ଝିଅ ନାନୀତ (୧୧) ଓ ରୋଜି(୧୧) ରାତିରେ ଶୋଇଥିବା ସମୟରେ ଏକ ଚିତି ସାପ ଦୁହିଁଙ୍କୁ କାମୁଡି ଦେଇଥିଲା ।
image source-- new indian expressପ୍ରଥମେ ଗୁରୁତର ଦୁଇ ଝିଅଙ୍କୁ ରଙ୍ଗମାଟିଆ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ବାରିପଦା ସ୍ଥିତ ପିଆରଏମ ମେଡିକାଲକୁ ଆଣିଥିଲେ ପରିବାର ଲୋକେ। ଏଠାରେ ଚିକିତ୍ସା ଚାଲିଥିବା ବେଳେ ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଯାଇଥିଲା। ଏହାକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।
Follow Us