ଧନୁଯାତ୍ରା ଦେଖି ଫେରିଲା ବେଳେ ଦୁର୍ଘଟଣା : ୨ ମୃତ, ୨ ଆହତ

Advertisment
ଅଟୋ ଓଲଟି ପଡ଼ିବାରୁ ୧୦ ଯାତ୍ରୀ ଆହତ

Image Source--news first

ସମ୍ବଲପୁର : ମାନେଶ୍ବର ଗୁଲୁଣ୍ଡା ଗାଁରୁ ୨ଟି ବାଇକ୍‌ରେ ୪ ଜଣ ପଡ଼ିଆବାହାଲକୁ ଧନୁଯାତ୍ରା ଦେଖିବାକୁ ଯାଇଥିଲେ। ଯାତ୍ରା ଦେଖି ଫେରିଲା ବେଳେ ରାତି ପ୍ରାୟ ୧୦ଟା ବେଳେ ୫୩ ନମ୍ବର ଜାତୀୟ ରାଜପଥ ସଦର ଥାନା ଅନ୍ତର୍ଗତ ବାରିବନ୍ଧ ଛକ ନିକଟରେ ପରସ୍ପର ମଧ୍ୟରେ ବାଡ଼େଇ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ୨ ଜଣଙ୍କୁ ପୁଲିସ୍‌ ଘଟଣାସ୍ଥଳରୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲା। ମୃତକଙ୍କ ମଧ୍ୟରେ ଜଣେ ଗୋଲଗୁଣ୍ଡା ଗାଁର ଦୁର୍ଲଭ ରୋହିଦାସ (୨୪) ହୋଇଥିଲାବେଳେ ଅନ୍ୟ ଜଣଙ୍କ ପରିଚୟ ମିଳିପାରି ନାହିଁ। ଆହତ ୨ ଜଣ ହେଲେ ମାନଭଞ୍ଜନ ରୋହିଦାସ (୧୯) ଏବଂ ହରିବୋଲ ଝାଙ୍କର (୩୫)। ହରିବୋଲଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିବା ସହ ଶବ ଅଟକ ରଖିଥିଲେ। ଫଳରେ ଦୁର୍ଘଟଣାର ଦେଢ଼ ଘଣ୍ଟା ପରେ ବି ଶବ ଉଠିପାରି ନଥିଲା। ରାସ୍ତାର ଉଭୟ ପାର୍ଶ୍ବରେ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଛି। ପୁଲିସ୍‌ ଉପସ୍ଥିତ ରହି ପରିସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ କରୁଛି। ଖବର ଲେଖା ହେଲା ବେଳ ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe