କଦଳୀ ପାଟୁଆ ଭେଳାରେ ଦୁଇଭାଇ ଯାଉଥିବା ବେଳେ ୧୧ କେଭି ଲାଇନ୍ ସଂସ୍ପର୍ଶରେ ଆସିଲେ, ଉଭୟଙ୍କର ପ୍ରାଣହାନି

Advertisment
କଦଳୀ ପାଟୁଆ ଭେଳାରେ ଦୁଇଭାଇ ଯାଉଥିବା ବେଳେ ୧୧ କେଭି ଲାଇନ୍ ସଂସ୍ପର୍ଶରେ ଆସିଲେ, ଉଭୟଙ୍କର ପ୍ରାଣହାନି

image source-witchcraft.nu

ଯାଜପୁର: ଯାଜପୁର ଜିଲ୍ଲାର ବରୀ ବ୍ଲକ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କଦଳୀ ପାଟୁଆର ଭେଳାରେ ଦୁଇଜଣ ଯାଉଥିବା ବେଳେ ୧୧ କେଭି ଲାଇନ୍ ସଂସ୍ପର୍ଶରେ ଆସି ଉଭୟଙ୍କର ପ୍ରାଣହାନି ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ବରୀ ବ୍ଲକ୍ ଅନ୍ତର୍ଗତ ମନ୍ଦାଳୀ ପଞ୍ଚାୟତର ମେଦୁଆକୂଳ ଗାଁର ଦୁଇ ସଂପର୍କୀୟ ଭାଇ ଶୁଭ୍ରଜିତ ବେହେରା(୨୪) ଓ ମିଟୁଲ ବେହେରା (୨୯) ଛେଳିଙ୍କ ପାଇଁ ଡାଳପତ୍ର ଆଣିବା ଲାଗି କଦଳୀ ପାଟୁଆର ଭେଳାରେ କାତ ମାରି ସକାଳ ୯ଟା ବେଳେ ବାହାରିଥିଲେ। ହେଲେ ସେଠାରୁ ଅଳ୍ପ ଦୂର ଯିବା ପରେ ହଠାତ୍ ୧୧ କେଭି ଲାଇନ୍ ସଂସ୍ପର୍ଶରେ ସେମାନଙ୍କ କାତ ଆସିଥିଲା। ଏଥିରେ ସାଙ୍ଗେସାଙ୍ଗେ ଜଣେ ପାଣିରେ ଖସିପଡ଼ିଥିଲେ ଏବଂ ଆରଜଣଙ୍କ ଗୁରୁତର ହୋଇଥିଲେ।

ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀ ଉଭୟଙ୍କୁ ଉଦ୍ଧାର କରି ବରୀ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପ୍ରଚାରିତ ହେବା ପରେ ସେହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe