ଦୁଇ ଦୁର୍ଘଟଣାରେ ୨ ମୃତ, ୨ ଗୁରୁତର

Advertisment
ମାଲବାହୀ ଟ୍ରେନ୍‌ରୁ ଖସି ଯୁବକଙ୍କ ମୃତ୍ୟୁ

The Hans India

ସବଡ଼େଗା (ସୁନ୍ଦରଗଡ଼): ସବଡ଼େଗା ବ୍ଲକ୍‌ର ଭିନ୍ନ ଭିନ୍ନ ସ୍ଥାନରେ ବାଇକ୍‌ ଦୁର୍ଘଟଣା ୨ ଜଣଙ୍କର ମୃତ୍ୟୁ ହେବା ସହ ୨ ଜଣ ଗୁରୁ୍ତର ହୋଇଛନ୍ତି। ଆଜି ସକାଳେ କୁବାପଡ଼ା ଗ୍ର‌ାମର ଆକାଶ ଡୁଙ୍ଗଡୁଙ୍ଗ(୨୨) ଓ ସୁଦୀପ ଡୁଙ୍ଗଡୁଙ୍ଗ(୧୫) ଓଡ଼ି ୧୪ ଭି ୭୭୬୬ ବାଇକ୍‌‌ରେ ଗାଈବିରାରୁ ଘରକୁ ଫେରୁଥିଲା‌ବେଳେ ଗାଈବିରା ମୋଡ଼ରେ ଭାରସାମ୍ୟ ହରାଇ ଜନୈକ ବ୍ୟକ୍ତିଙ୍କ ଘର କାନ୍ଥରେ ବାଇକ୍‌ଟି ପିଟିହୋଇଥିଲା। ଫଳରେ ଉଭୟେ ଗୁରୁତର ହେବା ସହ ସେମାନଙ୍କୁ ଉଦ୍ଧାର କରି ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ତଳସରା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି।

ସେହିପରି ଅପରାହ୍ନରେ ସାଗଜୋରି ଗ୍ରାମର ରଞ୍ଜିତ ଗିଧି ନିଜ ପତ୍ନୀ ମମତା ଗିଧି ଓ ୨ବର୍ଷର ଝିଅ ଅପସରା ଗିଧି ସହ ଏକ ବାଇକ ଯୋଗେ କୌଣସି କାମରେ କିରାଲଗା ଗୋବରଧରାକୁ ଆସୁଥିଲେ। ଏହି ସମୟରେ ଏକ ମୋଡାଣି ମୋରମ ରାସ୍ତାରେ ଭାରସାମ୍ୟ ହରାଇ ତଳକୁ ପଡିଯାଇଥିଲେ। ରଞ୍ଜିତ ଗିଧି ହାତ ଗୋଡ଼ରେ ଗଭୀର ଆଘାତ ହେବା ସହ ଝିଅ ଅପସରା ଗିଧ ରାସ୍ତାକଡ଼ ପଥରେ ପିଟି ହୋଇ ଗୁରୁତର ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ସବଡେଗା ଡାକ୍ତରଖାନାକୁ ଅଣାଯାଇ ଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe