ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ବାଇକ ଆରୋହୀ ମୃତ, ୨ ଗୁରୁତର

Advertisment
ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ବାଇକ ଆରୋହୀ ମୃତ, ୨ ଗୁରୁତର

ବୌଦ୍ଧ: ମନମୁଣ୍ଡା-କଂଟାମାଳ ୪୧ ନଂ ରାଜ୍ୟ ରାଜପଥର ଧାନଖଣ୍ଡି ଛକରେ ଦୁଇଟି ବାଇକ ମୁହାଁ ମୁହିଁ ଧକ୍କା ହୋଇଛି। ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ପଲସାଗୋରାରୁ ମକରଯାତ୍ରା ଦେଖି ଫେରୁଥିବା ସମୟରେ ଦୁର୍ଘଟଣା ଘଟିଥିଲା। ମୃତକ ଦୁଇ ଜଣ ହେଲେ କଣ୍ଟାମାଳ ଥାନା ସୁଲିଆ ଗାଁର ନବୀନ ଦନ୍ତା ଓ କଣ୍ଟାମାଳର ନାବାଳକ ସୌମ୍ୟ ରଞ୍ଜନ ପାଣିଗ୍ରାହୀ। ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସୋନପୁର ଡାକ୍ତରଖାନା ପଠାଇଛନ୍ତି। କଣ୍ଟାମାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ କରୁଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe