ଟ୍ରକ ଧକ୍କାରେ ଦୁଇ ମୃତ, ଜଣେ ଗୁରୁତର

Advertisment
ଦୁର୍ଘଟଣାରେ ଜଣେ ମୃତ

ଚମ୍ପୁଆ: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅଧୀନ ୫୨୦ ନମ୍ବର ଜାତୀୟ ରାଜପଥର ରିମୁଳି ନିକଟରେ ଏକ ଟ୍ରକ୍‌ ଧକ୍କାରେ ଦୁଇଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ଚମ୍ପୁଆ ଏନ୍ଏସି ଅଧୀନ ପାଞ୍ଚପୋଖରିଆ ଗ୍ରାମର ବିକାଶ ନାଏକ (୨୪) ଓ ପିଙ୍କୁ ଲୋହାର (୧୮)। ଗୁରୁତର ଜଣଙ୍କ ହେଲେ ବ୍ରହ୍ମାନନ୍ଦ ମହାନ୍ତ।
ପ୍ରାପ୍ତ ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ସ‌‌ାଢ଼େ ୮ଟା‌ବେଳେ ପାଞ୍ଚପୋଖରିଆ ଗ୍ରାମର ବିକାଶ, ପିଙ୍କୁ ଓ ବ୍ରହ୍ମାନନ୍ଦ ଏକ ବାଇକ୍‌ରେ ରିମୁଳିରୁ ଚମ୍ପୁଆ ଆସୁଥିଲେ। ରାସ୍ତାରେ ତାଙ୍କୁ ଏକ ଟ୍ରକ୍ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଘଟଣାସ୍ଥଳରେ ବିକାଶଙ୍କ ମୃତ୍ୟୁ ଘଟିଥିଲା। ପିଙ୍କୁ ଓ ବ୍ରହ୍ମାନନ୍ଦ ଗୁରୁତର ଆହତ ହୋଇଥିଲେ। ଖବର ପାଇ ରିମୁଳି ଫାଣ୍ଡି ପୁଲିସ ପହଞ୍ଚି ଉଭୟଙ୍କ ଉଦ୍ଧାର କରି ଚମ୍ପୁଆ ଡାକ୍ତରଖାନା ପଠାଇଥିଲା। ଉଭୟଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ପିଙ୍କୁଙ୍କ ମୃତ୍ୟୁ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe