ବାଇକ୍‌ ଦୁର୍ଘଟଣାରେ ଦୁଇ ଯୁବକଙ୍କ ମୃତ୍ୟୁ, ଜଣେ ଗୁରୁତର

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ଣା ଫାଣ୍ଡି ଅନ୍ତର୍ଗତ କୁକୁଡ଼ା ଓ ବିହାବନ୍ଧ ରାସ୍ତାରେ ହକି ପଡ଼ିଆ ନିକଟରେ ଏକ ବାଇକ ଭାରସାମ୍ୟ ହରାଇ ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହେବାରୁ ବାଇକ୍‌ ଆରୋହୀ ୩ ଜଣକ ମଧ୍ୟରୁ ୨ଜଣଙ୍କ ମୃତ୍ୟୁ ଘଟିଛି।

accident in 2 place

ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ଣା ଫାଣ୍ଡି ଅନ୍ତର୍ଗତ କୁକୁଡ଼ା ଓ ବିହାବନ୍ଧ ରାସ୍ତାରେ ହକି ପଡ଼ିଆ ନିକଟରେ ଏକ ବାଇକ ଭାରସାମ୍ୟ ହରାଇ ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହେବାରୁ ବାଇକ୍‌ ଆରୋହୀ ୩ ଜଣକ ମଧ୍ୟରୁ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ଜଣାପଡ଼ିଛି। ମୃତକମାନେ ହେଲେ ସୁଜିତ ମିଞ୍ଜ (୨୫) ଓ ରମନ ବରୁଆ (୨୨)। ଗୁରୁତର ଖିଲମନ ତିର୍କୀ (୨୦)ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ସୂଚନା ମୁତାବକ ଆଜି ପ୍ରାୟ ସନ୍ଧ୍ୟା ୭ଟାରେ ଏକ ବାଇକ୍‌ରେ ତିନି ଜଣ ଯୁବକ କୁକୁଡ଼ା ଗ୍ରାମ ପଟୁ ବିହାବନ୍ଦ ଛକ ଆଡ଼କୁ ଯାଉଥିବା ସମୟରେ ହକି ପଡ଼ିଆ ଓ ବିହାବନ୍ଧ ଛକ ମଝିରେ ଭାରସାମ୍ୟ ହରାଇ ରାସ୍ତା ଉପରେ ଘୋଷାଡ଼ି ହୋଇ ପଡ଼ିଥିଲେ। ଫଳରେ ବାଇକ୍‌ ଆରୋହୀ ୩ ଜଣ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ ଲୋକ, ପୁଲିସ ଘଟଣାସ୍ଥଳରେ ପହଞ୍ଚି ୩ ଜଣ ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ୨ଜଣକୁ ରାଜଗାଙ୍ଗପୁର ସିଏଚସିକୁ ଚିକିତ୍ସା ପାଇଁ ପଠାଇଥିବା ବେଳେ ଅନ୍ୟ ଜଣକୁ କୁତ୍ରାସ୍ଥିତ ସିଏଚସିକୁ ପଠାଇଥିଲେ।

ଏକ ବାଇକ୍‌ରେ ତିନି ଜଣ ଯୁବକ ସୁଜିତ ମିଞ୍ଜ (୨୫) ଓ ରମନ ବରୁଆ (୨୨) ଓ ଖିଲମନ ତିର୍କୀ (୨୦) ଯାଉଥିଲେ। ଏମାନେ କୁକୁଡ଼ା ଗ୍ରାମ ପଟୁ ବିହାବନ୍ଦ ଛକ ଆଡ଼କୁ ଯାଉଥିବା ସମୟରେ ହକି ପଡ଼ିଆ ଓ ବିହାବନ୍ଧ ଛକ ମଝିରେ ଭାରସାମ୍ୟ ହରାଇ ରାସ୍ତା ଉପରେ ଘୋଷାଡ଼ି ହୋଇ ପଡ଼ିଥିଲେ। ଏମାନଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ରାଜଗାଙ୍ଗପୁର ସିଏଚସିରେ ଦୁଇ ଗୁରୁତରଙ୍କ ମଧ୍ୟରୁ ରମନଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ରାଉରକେଲା ସ୍ଥାନାନ୍ତର ବେଳେ ବାଟରେ ସୁଜିତଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ହସ୍ତଗତ ହୋଇଛି। କୁତ୍ରା ସିଏଚସିକୁ ଚିକିତ୍ସିତ ପାଇଁ ଯାଇଥିବା ଗୁରୁତର ଯୁବକ ଖିଲମନଙ୍କୁ ଅଧିକ ଚିକିତ୍ସା ପାଇଁ ରାଉରକେଲାକୁ ସ୍ଥାନାନ୍ତର କରାଯାଇଛି।

Accident | sundargarh

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe