ବନ୍ୟଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ଯୁବକଙ୍କର ମୃତ୍ୟୁ

ବନ୍ୟଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ଯୁବକଙ୍କର ମୃତ୍ୟୁ

ଅନୁଗୁଳ: ବନ୍ୟଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ଯୁବକଙ୍କର ମୃତ୍ୟୁ ଘଟଣା ଅନୁଗୁଳ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ମିଳିଥିବା ସୂଚନା ଅନୁଯାୟୀ, ଅନୁଗୁଳ ବ୍ଲକ୍ ଅନ୍ତର୍ଗତ ବନ୍ତଳା ଥାନାର କଞ୍ଜ। ଗ୍ରାମରେ ଘଟିଛି ଏହି ଅଘଟଣ। ବନ୍ୟଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ସେଠାରେ ଦୁଇଜଣ ଯୁବକଙ୍କର ମୃତ୍ୟୁ ଘଟିଛି।
ଗ୍ରାମର କେତେକ ଯୁବକ ଗତକାଲି ବିଳମ୍ବିତ ରାତିରେ ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ୟରେ ୧୧କେଭି ବିଦ୍ୟୁତରୁ ଜିଆଇ ତାର ବିଛାଇ ଥିଲେ। ତେବେ ଅସାବଧାନତା ଯୋଗୁଁ ଦୁଇ ଶିକାରୀ ମହେଶ୍ବର ବିଶ୍ୱାଳ(୨୩) ଓ କବୀନ୍ଦ୍ର ଗଡ଼ନାୟକ(୪୦) ଉକ୍ତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଫଳରେ ସେଠାରେ ମହେଶ୍ବର ବିଶ୍ୱାଳଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ସେପଟେ କବୀନ୍ଦ୍ର ବଞ୍ଚିଥିବା ଭାବି ପରିବାର ଲୋକେ ତାଙ୍କୁ ଅନୁଗୁଳ ଜିଲ୍ଲା ଚିକିତ୍ସାଳୟକୁ ନେଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ପକ୍ଷରେ ବନ୍ତଳା ବନାଞ୍ଚଳରେ ବାରମ୍ବାର ବିଦ୍ୟୁତ୍ ତାର ବିଛାଇ ବନ୍ୟଜନ୍ତୁ ଶିକାର ହେଉଥିବା ବେଳେ ବନ ବିଭାଗ ଶିକାରୀଙ୍କ ଟେର୍ ପାଉନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe