ତେଲ ନଦୀରୁ ନିଖୋଜ ଥିବା ଦୁଇ ଭଉଣୀଙ୍କ ମୃତଦେହ ମିଳିଲା

Advertisment
ତେଲ ନଦୀରୁ ନିଖୋଜ ଥିବା ଦୁଇ ଭଉଣୀଙ୍କ ମୃତଦେହ ମିଳିଲା

ବଲାଙ୍ଗୀର: ଗତ ୧୫ ତାରିଖ ଦିନ ବଲାଙ୍ଗୀର ଜିଲ୍ଲାର ତୁଷୁରା ତେଲ ନଦୀରୁ ନିଖୋଜ ଥିବା ଦୁଇ ଭଉଣୀଙ୍କ ମୃତଦେହ ମିଳିଥିବା ଜଣାଯାଇଛି। ସୋନପୁର ଜିଲ୍ଲା ତରଭା ଥାନା ସିଂଘାରୀ ପଞ୍ଚାୟତ ଅର୍ନ୍ତଗତ ବଡତେଣ୍ଡା ଗାଁ ନଦୀ କୂଳରେ ଆଞ୍ଚଲ ଅଗ୍ରଓ୍ବାଲଙ୍କ ମୃତଦେହ ମିଳିଥିଲା। ଏଣେ  ବୌଦ୍ଧ ଜିଲ୍ଲା ଜୁହ୍ନାପଙ୍କ ନିକଟସ୍ଥ ମହାନଦୀର କାଉଡିଆତୋଳା ଘାଟରୁ ଅନମୋଲ ଅଗ୍ରଓ୍ବାଲଙ୍କ ମୃତଦେହ ଉଦ୍ଧାର ହୋଇଛି। ସ୍ଥାନୀୟ ଲୋକେ ମହାନଦୀରେ ଏକ ଶବ ଭାସୁଥିବା ଦେଖି ଜହ୍ନାପଙ୍କ ଫାଣ୍ଡି ପୁଲିସ  ଓ ବୌଦ୍ଧ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳକୁ ପହଞ୍ଚି ଅଗ୍ନିଶମ ବିଭାଗ କର୍ମଚାରୀ ମୃତ ଶରୀରକୁ ଉଦ୍ଧାର କରିଥିଲେ। ଏହାପରେ ଉକ୍ତ ମୃତଦେହ ଅନମୋଲ ଅଗ୍ରଓ୍ବାଲଙ୍କର ବୋଲି ଜଣାପଡ଼ିଥିଲା।

ସୂଚନାଯୋଗ୍ୟ, ନିଖୋଜ ଦୁଇ ଭଉଣୀ ଗୁଡ଼ଭେଲା ଗାଁର ରାମତାର ଅଗ୍ରୱାଲଙ୍କ ଝିଅ । ତିନି ଭଉଣୀଙ୍କ ମଧ୍ୟରୁ ନଦୀକୁ ଡେଇଁଥିବା ଦୁଇ ଭଉଣୀ ବଡ଼ ଓ ମଝିଆଁ। ବଡ଼ ଭଉଣୀଙ୍କ ନାମ ଅନମୋଲ(୨୫ବର୍ଷ)। ସେ ବିବିଏ ପାଠ୍ୟକ୍ରମ ଶେଷ କରିଛନ୍ତି। ବିବାହ ପାଇଁ ପ୍ରସ୍ତାବ ଚାଲିଥିଲା। ମଝିଆଁ ଝିଅ ଆଞ୍ଚଲ(୨୧ବର୍ଷ)। ସେ ବଲାଙ୍ଗୀର ସିଏନ୍‌ସି କଲେଜରୁ ଚଳିତ ବର୍ଷ ବିକମ୍‌ ପାସ୍‌ କରିଥିଲେ। ଦୁଇ ଭଉଣୀ ତୁଷୁରା ବୁଲିବାକୁ ଯାଉଛୁ କହି ସ୍କୁଟି ନେଇ ଘରୁ ବାହାରିଥିଲେ ଏବଂ ତେଲ ନଦୀ ପୋଲ ଉପରକୁ ଆସିଥିଲେ। ଏହାପରେ ସେମାନଙ୍କୁ ଆଉ କେହି ଦେଖି ନ ଥିଲେ। ପୋଲ ଉପରେ ସ୍କୁଟି (ଓଡି ୦୮ ଜି ୧୪୨୦) ରଖାଯାଇଥିବା ଦେଖାଯାଇଥିଲା। ସେଠାରେ ଉଭୟଙ୍କ ଚପଲ ମଧ୍ୟ ରହିଥିଲା। ପୁଲିସ ଚପଲ ଓ ସ୍କୁଟି ଜବତ କରି ଥାନାରେ ରଖିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe