ପ୍ରେମରେ ହାରିଗଲେ ପ୍ରେମୀଯୁଗଳ, କାଜୁଗଛରୁ ଉଦ୍ଧାର ହେଲା ୨ ମୃତଦେହ

ପ୍ରେମରେ ହାରିଗଲେ ପ୍ରେମୀଯୁଗଳ, କାଜୁଗଛରୁ ଉଦ୍ଧାର ହେଲା ୨ ମୃତଦେହ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ଥାନା ଅନ୍ତର୍ଗତ ଜବାଗୁଡ଼ା ଗ୍ରାମ ନିକଟ ଏକ କାଜୁ ବଗିଚାରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ପ୍ରେମୀ ଯୁଗଳ ସମ୍ପର୍କରେ ଭାଇ-ଭଉଣୀ ‌ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଯୁବକ ଜଣକ ତାଙ୍କ ମାମୁଁ ଝିଅ ଭଉଣୀଙ୍କ ସହିତ ଗଛରେ ଝୁଲିପଡ଼ିଛନ୍ତି। ସୂଚନା ପାଇଁ ପୁଲିସ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି।

ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଖୁଟୁବାଇ ପଞ୍ଚାୟତ ଅନ୍ତର୍ଗତ ଦାମାପାଲା ଗ୍ରାମର ଡମ୍ବରୁଧର ହରିଜନ (୧୯) ଓ ଡାବୁଗାଁ ଥାନା ଜବାଗୁଡ଼ା ଗ୍ରାମର ତିଲାଇ ହରିଜନ (୨୦)ଙ୍କ ମଧ୍ୟରେ କିଛି ବର୍ଷ ହେଲା ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଡମ୍ବରୁଙ୍କ ମାମୁ ଲାଇବାନ ହରିଜନ ଜବାଗୁଡ଼ା ଗ୍ରାମରେ ରହୁଥିଲେ। ନିଜ ସମ୍ପର୍କୀୟ ହୋଇଥିବାରୁ ଡମ୍ବୁରୁ ଅନାୟସରେ ମାମୁ ଘରକୁ ଯିବା-ଆସିବା କରୁଥିଲେ। ଏହି ଯିବା ଆସିବା ମଧ୍ୟରେ ଡମ୍ବରୁ ଓ ତିଲାଇ ଜଣେ ଅନ୍ୟକୁ ଭଲ ପାଇ ବସିଲେ। ବେଳେ ବେଳେ ବାହାରକୁ ମଧ୍ୟ ଯିବା ଆସିବା କରୁଥିଲେ।

ପ୍ରତିଦିନ ପରି ଗତକାଲି ମଙ୍ଗଳବାର ମଧ୍ୟ ଡମ୍ବରୁ ଦାମାପାଲା ଗ୍ରାମରୁ ଏକ ବାଇକ୍ ଯୋଗେ ପୂର୍ବାହ୍ନ ସମୟରେ ବୁଲିବାକୁ ଆସିଥିଲେ। ତେବେ ଅପରାହ୍ନରେ ପୁଣି ଡମ୍ବୁରୁ ଜବାଗୁଡ଼ାକୁ ଏକ ସାଇକେଲରେ ଆସିଥିଲେ। ଦୁଇ ପ୍ରେମୀଯୁଗଳ ଗତକାଲି ରାତିରେ ଘରୁ ପଳାୟନ କରିଥିଲେ। ବୁଧବାର ସକାଳୁ କାଜୁ ବଗିଚା ଦେଇ ଯାତାୟାତ କରୁଥିବା ଲୋକେ ପ୍ରେମୀଯୁଗଳ ଡମ୍ବରୁ ଓ ତିଲାଇ ହରିଜନଙ୍କ ଝୁଲନ୍ତା ଶବ ଦେଖିଥିଲେ। ଗ୍ରାମରେ ଏହା ପ୍ରଚାର ହେବା ପରେ ପ୍ରେମୀଯୁଗଳଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ ହୋଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରୁଛି। ପ୍ରେମୀଯୁଗଳଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପ୍ରେମକୁ ନେଇ ଉଭୟ ପରିବାର ସ୍ଵୀକୃତି ଦେଇ ନ ଥିବାରୁ ଦୁହେଁ ଏଭଳି ପଦକ୍ଷେପ ନେଇ ଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe