ଟ୍ରକ୍‌ ଧକ୍କାରେ ଶଳା-ଭିଣୋଇ ମୃତ

ଗାଡି ଧକ୍କାରେ ବାଇକ୍ ଚାଳକ ମୃତ୍ୟୁ

ଖାରି/ଲଛିପୁର : ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର ଥାନା ଅର୍ଜୁନପୁର-ବୁର୍ଡ଼ା ରାସ୍ତାର ପଣ୍ଡକିଟାଲ ଛକରେ ଟ୍ରକ୍‌ ଧକ୍କାରେ ଶଳା-ଭିଣୋଇଙ୍କ ମୃତ୍ୟୁହୋଇଛି। ଉଲୁଣ୍ଡା ଥାନା ଲସ୍ତଲା ଗ୍ରାମର ରାଜକୁମାର ହରିପାଲ (୪୫) ଓ ତାଙ୍କ ଶଳା ବୀରମହାରାଜପୁର ଥାନା କେଶଲପୁରା ଗ୍ରାମର ନରସିଂହ ଗର୍ଡ଼ (୪୨) ଏକ ବାଇକ୍‌ ଯୋଗେ ବୁର୍ଡ଼ା ପଟୁ ସୋନପୁର ଆଡ଼କୁ ଫେରୁଥିଲେ। ପଣ୍ଡକିଟାଲ ଛକରେ ଏକ ଟ୍ରକ୍‌ ସାମ୍ନାରୁ ସେମାନଙ୍କୁ ଧକ୍କାଦେଇଥିଲା। ଫଳରେ ନରସିଂହ ତଳେ ପଡ଼ିଯିବାରୁ ତାଙ୍କ ଉପରେ ଟ୍ରକ୍‌ ଚଢ଼ିଯାଇଥିଲା।

ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ନରସିଂହଙ୍କୁ ଆମ୍ବୁଲାନ୍ସ ଯୋଗେ ସୋନପୁର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେପଟେ ରାଜକୁମାର ଟ୍ରକ୍‌ ଡାଲାରେ ଝୁଲୁଥିବା ଦେଖି ଟ୍ରକ୍‌କୁ ପଛପଟୁ ସ୍ଥାନୀୟ ଲୋକେ ପିଛାକରିଥିଲେ। କିନ୍ତୁ ଟ୍ରକ୍‌ଟି ଅଟକି ନଥିଲା। କିଛି ଦୂର ଯିବା ପରେ ତିଲେଇମାଲ ହମ୍ପସରେ ରାଜକୁମାର ଟ୍ରକ୍‌ ଚକତଳେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe