ଗାଡ଼ି ଧକ୍କାରେ ଢେଙ୍କାନାଳର ୨ ଯୁବକ ମୃତ

Advertisment
ଦୁର୍ଘଟଣାରେ ଜଣେ ମୃତ

ଭଦ୍ରକ : ଭଦ୍ରକ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ​ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୨ ଜଣ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକଦ୍ବୟ ଢେଙ୍କାନାଳ ସଦର ଥାନା ପର୍ବତିଆ ଗ୍ରାମର ବିଶ୍ୱଜିତ ରାଉତ (୨୦) ଓ ସୋନୁ ସ୍ୱାଇଁ (୧୯) ବୋଲି ଜଣାପଡ଼ିଛି।

ଶନିବାର ଭୋର୍‌ ସମୟରେ ବିଶ୍ୱଜିତ ଓ ସୋନୁ ବାଲେଶ୍ବର ଜିଲ୍ଲା ଜଳେଶ୍ବରରୁ ଏକ ବାଇକ୍‌ ଯୋଗେ ନିଜ ଗାଁ ଢେଙ୍କାନାଳକୁ ଯାଉଥିଲେ। ଭଦ୍ରକ ରିଲାଏନ୍‌ସ ପେଟ୍ରୋଲ ପମ୍ପ ଛକ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଉଭୟଙ୍କର ମୃତ୍ୟୁ ହୋଇ ଯାଇଥିଲା। ଦୁହେଁ ଜଳେଶ୍ୱରରେ ରହି ଧାନକଟା ମେସିନ୍‌ ଚଳାଉଥିବା ବେଳେ ଛୁଟିରେ ଘରକୁ ଯାଉଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ ଘଟଣାସ୍ଥଳରୁ ଦୁଇଟିଯାକ ମୃତଦେହ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ଶବ ବ୍ୟବଚ୍ଛେଦ ପରେ ମୃତକଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏ ସମ୍ପର୍କରେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଏକ ଦୁର୍ଘଟଣାଜନିତ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe