ଜାତୀୟ ରାଜପଥରେ ଦୁର୍ଘଟଣା: ମାମୁ, ଭଣଜା ମୃତ

Advertisment
ଖୁଣ୍ଟରେ ପିଟିହେଲା ବାଇକ୍: ପୁଅ ମୃତ, ବାପା ଗୁରୁତର

Hari Bhoomi

ମହାକାଳପଡ଼ା : ମାର୍ଶାଘାଇ ଥାନା ଅର୍ନ୍ତଗତ ପାରାଦୀପ-ଚଣ୍ଡୀଖୋଲ ୫୩ ନଂ ଜାତୀୟ ରାଜପଥର ନନପୁର ଛକଠାରେ ଏକ ଅଜଣା ଗାଡି ଧକ୍କାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ୨ ଜଣ ହେଉଛନ୍ତି ରଜନୀକାନ୍ତ ନାଉରି ଓ ତାଙ୍କ ଭଣଜା ଜିତୁ ସ୍ବାଇଁ(୧୪)। ଉଭୟଙ୍କ ଘର ସ୍ଥାନୀୟ ଜୟଚନ୍ଦ୍ରପୁର ଗ୍ରାମରେ।

ସେମାନେ କୌଣସି କାମରେ ଭୂତମୁଣ୍ଡାଇ ଯାଇ ବାଇକ୍‌ ଯୋଗେ ଜୟଚନ୍ଦ୍ରପୁରକୁ ଫେରୁଥିଲେ। ଟିକରପଙ୍ଗା ପଞ୍ଚାୟତ ନନପୁର ଛକରେ ସେମାନଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇ ଫେରାର ହୋଇ ଯାଇଥିଲା। ଘଟଣାସ୍ଥଳରେ ଜିତୁଙ୍କ ମୃତ୍ୟୁ ଘଟିଥିବା ବେଳେ ମାମୁ ରଜନୀକାନ୍ତଙ୍କୁ ସ୍ଥାନୀୟ ଲୋକ କେନ୍ଦ୍ରାପଡା ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅପରପକ୍ଷରେ ଉତ୍ତ୍ୟକ୍ତ ଲୋକ କ୍ଷତିପୂରଣ ଦାବି କରି ଜାତୀୟ ରାଜପଥ ଅବରୋଧ କରିଥିଲେ। ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିବା ଓ଼ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe