ଡମ୍ପରକୁ ଓଭରଟେକ୍‌ କଲା ବେଳେ ବାଇକ-କାର ମୁହାଁମୁହିଁ ଧକ୍କା: ଜଣେ ମୃତ, ଅନ୍ୟ ୨ ଜଣ ଗୁରୁତର

Advertisment
ଡମ୍ପରକୁ ଓଭରଟେକ୍‌ କଲା ବେଳେ ବାଇକ-କାର ମୁହାଁମୁହିଁ ଧକ୍କା: ଜଣେ ମୃତ, ଅନ୍ୟ ୨ ଜଣ ଗୁରୁତର

ବାରିପଦା: ସଦର ଥାନା ଅନ୍ତର୍ଗତ ରଙ୍ଗାମାଟିଆ ନିକଟରେ ଆଜି ରାତି ପ୍ରାୟ ସାଢ଼େ ୯ଟା ସମୟରେ ଏକ ମର୍ମନ୍ତୁଦ କାର ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଡମ୍ପରକୁ ଓଭରଟେକ୍‌ କଲାବେଳେ ଏକ ବାଇକ୍‌ ସହିତ କାର ମୁହାଁମୁହିଁ ଧକ୍କା ହୋଇଥିବା ସୂଚନା ମିଳିଛି। ଓଆର-୦୭-ଏମ-୦୦୭୭ ନମ୍ବର ବିଶିଷ୍ଟ ଏକ ବାଇକ୍‌ ସହ ଓଡି-୧୧-ସି-୧୭୩୬ ନମ୍ବର ବିଶିଷ୍ଟ କାର ମୁହାଁମୁହିଁ ହୋଇଥିଲା। ଫଳରେ ଜଣେ ବାଇକ୍‌ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ବାଇକରେ ବସିଥିବା ଅନ୍ୟ ୨ ଜଣ ଗୁରୁତର ହୋଇଥିବାରୁ ପିଆର୍‌ଏମ୍‌ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ହସ୍ତଗତ ସୂଚନା ଅନୁସାରେ, ବାଲିଦିହରା ଗାଁ ତାରାଚାନ୍ଦ ବେହେରା, ବାରିପଦା ଟାଉନର ଅମିତାଭ ରାୟ ଓ ଅଭିମନ୍ୟୁ ଦାସ ମୟୂରଭଂଜ ଜିଲ୍ଲା କୁଲିଅଣା ଥାନା ଅଂଚଳରେ ଅନୁଷ୍ଠିତ ଏକ ଭୋଜିରେ ଯୋଗବୋକୁ ଯାଇଥିଲେ। ସେଠାରୁ ଫେରିବା ସମୟରେ ଦୁର୍ଘଟଣା ଘଟିଥିଲା। ବାଇକ୍‌ଟି ସମ୍ପୂର୍ଣ୍ଣ ରୂପେ ଭାଙ୍ଗିରୁଜି ଯାଇଛି। ସେହିପରି କାରର ଆଗପାଖ ମଧ୍ୟ ପୂରା ନଷ୍ଟ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe