ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା; ୨ ଚାଳକଙ୍କ ମୃତ୍ୟୁ, ମହିଳା ଗୁରୁତର

ଗାଡ଼ି ଧକ୍କାରେ ସାଇକଲ ଚାଳକ ମୃତ

ଲକ୍ଷ୍ମୀପ୍ରସାଦ: ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବୌଦ୍ଧ ଥାନା ଖୁଣ୍ଟବନ୍ଧ ଛକ ଠାରେ ବାଇକ ସହ ବାଇକ ଧକ୍କା ହେବାରୁ ଦୁଇ ଜଣବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଜଣେ ମହିଳା ଗୁରୁତର ଆହତ ହୋଇଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ ବାଉଁଶୁଣି ଥାନା ଵାଦିକଟା ଗ୍ରାମର ଜଗନ୍ନାଥ ଜଗଦଳା (୪୨) ଓ ତାଙ୍କ ସ୍ତ୍ରୀ ପଦ୍ମାଳୟା ଜଗଦଳା (୩୯) କିଛି ଜିନିଷ କିଣିବା ପାଇଁ ତାଙ୍କ ବୁଲେଟରେ ବୌଦ୍ଧ ଯାଉଥିଲେ। ବିପରୀତ ଦିଗରୁ ମନମୁଣ୍ଡା ଥାନା ବିଳାସପୁର ଗ୍ରାମ ଅନ୍ତର୍ଗତ ରାକେଶକୁଟି ଗ୍ରାମର ମୁନୁ ସନ୍ୟାସୀ (୩୨) ତାଙ୍କ ବାଇକରେ ଫୁଲବାଣୀରୁ ନିଜ ଗ୍ରାମକୁ ଫେରୁଥିଲେ। ଫଳରେ ଉଭୟ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ଉଭୟେ ଛିଟିକି ପଡ଼ିଥିବା ବେଳେ ଘଟଣାସ୍ଥଳରେ ତିନି ଜଣଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ଡାକ୍ତରଖାନା ନିଆ ଯାଇଥିଲା। ଡାକ୍ତରଖାନାରେ ମୁନୁ ସନ୍ୟାସୀ ଓ ଜଗନ୍ନାଥ ଜଗଦଳାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିବା ଜଣାପଡିଛି।

ପଦ୍ମାଳୟାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ଜଣା ପଡିଛି। ବୌଦ୍ଧ ଓ ଜହ୍ନାପଙ୍କ ପୁଲିସ ଘଟଣାସ୍ଥଳରେ ପହଂଚି ଉଭୟ ବାଇକକୁ ଜବତ କରି ଘଟଣାର ତଦନ୍ତ କରୁଥିବା ଜଣାପଡୁଛି। ମୃତ ଜଗନ୍ନାଥ ଜଗଦଳା ବୌଦ୍ଧ ପଳିଟେନିକ ଡିଗ୍ରୀ କଲେଜରେ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe