କାର-ବାଇକ୍‌ ମୁହାଁମୁହିଁ ଧକ୍କା, ୨ ଜଣଙ୍କର ମୃତ୍ୟୁ

Advertisment
କାର-ବାଇକ୍‌ ମୁହାଁମୁହିଁ ଧକ୍କା, ୨ ଜଣଙ୍କର ମୃତ୍ୟୁ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥରେ ରବିବାର ରାତିରେ ଦ୍ରୁତଗତିରେ ଯାଉଥିବା କାର୍‌ ସହିତ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୨ ଜଣ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ବିଶ୍ବନାଥ ମୁଦୁଲି (୨୧) ଓ ଶିବ ମୁଦୁଲି (୩୯)। ଜୟପୁର ସଦର ଥାନା ଅନ୍ତର୍ଗତ ରଣ୍ଡାପାଲି ନିକଟସ୍ଥ ଜଗତଜନନୀ ଅଟାକଳ ସମ୍ମୁଖରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ କାର୍‌ଟି ଜୟପୁର ପାର୍ଶ୍ବରୁ ବୋରିଗୁମା ଅଭିମୁଖେ ଯାଉଥିଲା। ବାଇକ ଆରୋହୀ ବିପରୀତ ଦିଗରୁ ଜୟପୁର ଫେରୁଥିଲେ। ତାଙ୍କର ଘର ଇରିଗେସନ କଲୋନି ନିକସ୍ଥ କେନ୍ଦୁଗୁଡ଼ା ଗାଁ। ଏମାନେ ବୋରିଗୁମାର ମାଝିଗୁଡ଼ା ଗାଁକୁ ଯାଇଥିଲେ। ରାତି ପ୍ରାୟ ୯ଟାରେ ଦୁର୍ଘଟଣାର ସାମ୍ନା କରିଥିଲେ।

ସୂଚନା ପାଇ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଥିଲା। ୨ଜଣଙ୍କୁ ଗୁରୁତର ଅବସ୍ଥାରେ ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି। ବାଇକ୍‌ ଓ କାର ଜବତ କରିଛି। ଦୁଇ ଜଣ ବାଇକ୍‌ ଆରୋହୀ କୁଲି କାମ କରି ପରିବାର ପୋଷୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe