ଜାଗର ରାତିରେ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା ସ୍କୁଟି, ଦୁଇ ମୃତ

ଜାଗର ରାତିରେ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା ସ୍କୁଟି, ଦୁଇ ମୃତ

ଖୋର୍ଦ୍ଧା: ପବିତ୍ର ଶିବରାତ୍ରୀ ପାଇଁ ଚାରିଆଡ଼େ ଉତ୍ସବର ମାହୋଲ୍ ଚାଲିଥିବା ବେଳେ ଆଜି ସନ୍ଧ୍ୟାରେ ଖୋର୍ଦ୍ଧା ସଦର ଥାନା ୧୬ନମ୍ବର ଜାତୀୟ ରାଜପଥ ତାପଙ୍ଗ ଓଭର ବ୍ରିଜ୍‌ରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ ଠିଆ ହୋଇଥିବା ଏକ ଟ୍ରକ୍‌କୁ ପଛରୁ ଏକ ସ୍କୁଟି ପିଟି ଦେବାରୁ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ଜଣେ ଯୁବକ ଗୁରୁତର ଅବସ୍ଥାରେ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଛି। ଦୁଇ ମୃତକଙ୍କ ମଧ୍ୟରୁ ଜଣେ କଟକ ଜିଲ୍ଲା ବାଙ୍କି ଥାନା ତୁଳସୀପୁରର ବିଧିନାଥ ମଲ୍ଲିକ ବୋଲି ଜଣାପଡ଼ିଥିବା ବେଳେ ଅନ୍ୟ ମୃତକ ନାଁ କିଛି ସ୍ପଷ୍ଟ ହୋଇନାହିଁ। ଦୁଇ ଜଣ କ୍ୟା୍ଟେରିଙ୍ଗରେ କାମ କରୁଥିଲେ।

ସେହିପରି ଆହତ ଜଣକ ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଗୋଡିପଡ଼ାର ସଞ୍ଜୟ ମାର୍ଥା ବୋଲି ଜଣାପଡ଼ିଛି। ପୁଲିସ ସୂଚନା ମୁତାବକ, ବ୍ରେକ୍‌ ଡାଉନ୍‌ ଯୋଗୁ ଟ୍ରକ୍‌ଟି(ଓଡି ୦୪କ୍ୟୁ-୬୮୪୫)ଟି ରାସ୍ତା କଡ଼ରେ ଠିଆ ହୋଇଥିଲା। ଏହି ସମୟରେ ପଛ ପଟୁ ସ୍କୁଟିରେ ଆସୁଥିବା ତିନି ଜଣ ଆରୋହୀ ଟ୍ରକ୍‌ ପଛପଟୁ ପିଟି ହୋଇଥିଲେ। ଗୁରୁତର ଅବସ୍ଥାରେ ତିନି ଜଣ ଯୁବକଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରଯାଇଥିଲା। ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଛନ୍ତି। ଅନ୍ୟ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe