ବସ୍‌ ଧକ୍କାରେ ମହିଳା ସମେତ ୨ ବାଇକ୍‌ ଆରୋହୀ ମୃତ

Advertisment
ଝିଅ ଘରୁ ସାବିତ୍ରୀ ଭାର ଦେଇ ଫେରୁଥିବା ବେଳେ ଦୁର୍ଘଟଣାରେ ବାପା ମୃତ

ସମ୍ବଲପୁର: ଶାସନ ଥାନା ଅନ୍ତର୍ଗତ କୁକୁଡ଼ାପାଲି ଓ ସିକ୍ରାପାଲି ମଝିରେ ଥିବା ମାର୍କେଟ ୟାର୍ଡ଼ ନିକଟରେ ଗୁରୁବାର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ସବିତା ନିଖଣ୍ଡିଆ ଓ ସରୋଜ ନାଏକ।

ସୂଚନା ଅନୁସାରେ ଆଜି ସରୋଜ ତାଙ୍କ ବାଇକରେ ସବିତାଙ୍କୁ ବସାଇ ତାଙ୍କ ଗ୍ରାମକୁ ଯାଉଥିବା ବେଳେ ଏକ ବସ୍‌ ସମ୍ମୁଖରୁ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଉଭୟେ ରାସ୍ତାରେ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ସମ୍ବଲପୁର ଜ଼ିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ହେଲେ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଧକ୍କା ଦେଇଥିବା ବସ୍‌ଟି ଫେରାର ହୋଇଯାଇଛି। ସେପଟେ ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe