new indian express
କେନ୍ଦ୍ରାପଡ଼ା : ନୂଆବର୍ଷରେ ଭୋଜି କରିବାକୁ ସା˚ଗମାନଙ୍କ ସହିତ ଯାଇଥିଲେ। କିନ୍ତୁ ଆଉ ଫେରିଲେ ନାହିଁ। ଘରକୁ ଫେରିଲା ସେମାନଙ୍କ ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଘଟଣା କେନ୍ଦ୍ରାପଡ଼ା ସଦର ଥାନା ଶ୍ୟାମସୁନ୍ଦରପୁରରେ ଦେଖିବାକୁ ମିଳିଛି। ଶ୍ୟାମସୁନ୍ଦରପୁର ରାସ୍ତାପାର୍ଶ୍ବ ପୋଖରୀ ଭିତରୁ ଦୁଇ ଯୁବକଙ୍କ ମୃତଦେହ ସମେତ ଗୋଟିଏ ବାଇକ୍ ଉଦ୍ଧାର କରାଯାଇଛି। ମୃତ ଦୁଇ ଯୁବକ ହେଉଛନ୍ତି ପାଟକୁରା ଥାନା ତଳଗାଁର ସୁବ୍ରତ ଜେନା ଓ ସନାତନ ପଟ୍ଟନାୟକ। ବାଇକ୍ରେ ଆସୁଥିବା ଏହି ଦୁଇ ଯୁବକ ରାତିରେ ଭାରସାମ୍ୟ ହରାଇ ପୋଖରୀରେ ପଡ଼ିଯିବାରୁ ଉଭୟଙ୍କ ପାଣିରେ ବୁଡ଼ି ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଯୁବକ ସୌଭାଗ୍ୟବଶତଃ ବଞ୍ଚିଯାଇଥିବା ପୁଲିସ ସୂଚନା ଦେଇଛି।
Follow Us