୨ ବାଇକ ମୁହାଁମୁହିଁ ଧକ୍କା; ମାମୁ-ଭଣଜା ମୃତ, ଦୁଇ ଗୁରୁତର

Advertisment
୨ ବାଇକ ମୁହାଁମୁହିଁ ଧକ୍କା; ମାମୁ-ଭଣଜା ମୃତ, ଦୁଇ ଗୁରୁତର

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ କୁଡ଼ା ସିଂହା -ସିନଖମନ ରାସ୍ତାର ସିକାଛିଡ଼ା ଛକ ଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇ ଭୀମ ଭୋଇ ମେଡ଼ିକାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି। ଶନିବାର ସନ୍ଧ୍ୟାରେ ଶିକାଛିଡା ବୁଲାଣି ନିକଟରେ କୁଡ଼ାସିଂହା ପଟରୁ ଆସୁଥିବା ବାଇକ ଓ ସିନଖମନ ପଟରୁ ଯାଉଥିବା ବାଇକ ମଧ୍ୟରେ ଧକ୍କା ହେବାରୁ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯୁବକମାନେ ପୁଇତଲାଥାନା ଜାମସର ଗାଁ ରଜତ କାଣ୍ଡ ଏବଂ ବଙ୍ଗୋମୁଣ୍ଡା ର ବିଦ୍ୟାଧର ମାଝୀ ବୋଲି ଜଣାପଡିଛି। ଦେଓଗାଁ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe