ନୂଆ ବାଇକ୍‌ କିଣି ଘରକୁ ଫେରୁଥିଲା ‌ବେଳେ ଦୁର୍ଘଟଣା; ୨ ମୃତ, ଅନ୍ୟ ୨ ଜଣ ଆହତ

Advertisment
ନୂଆ ବାଇକ୍‌ କିଣି ଘରକୁ ଫେରୁଥିଲା ‌ବେଳେ ଦୁର୍ଘଟଣା; ୨ ମୃତ, ଅନ୍ୟ ୨ ଜଣ ଆହତ

ମାଲକାନଗିରି: କୋରକୋଣ୍ଡା ବ୍ଲକର ଏମଭି-୩୮ ଗ୍ରାମ ନିକଟରେ ଏକ ସଡକ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ସାଧୁରାମ ଖରା ଓ ଡମୁ ଖେମୁଡୁ। ଆହତମାନେ ହେଲେ ପର୍ଶୁରାମ ଖରା ଓ କୁଶ ଖିଲ।

ଘଟଣା ଅନୁଯାୟୀ ଚିତ୍ରକୋଣ୍ଡା ବ୍ଲକର ଆରଏସସି-୧୬ ଗ୍ରାମର ପର୍ଶୁରାମ ଖରା ଏବଂ ସାଧୁରାମ ଖରା ବାଇକ କିଣିବା ପାଇଁ ମାଲକାନଗିରି ଆସିଥିଲେ। ବାଇକ କିଣି ଚିତ୍ରକୋଣ୍ଡା ଯାଉଥିବା ବେଳେ ଏମଭି-୩୮ ଗ୍ରାମ ନିକଟରେ ବାଲିମେଳାରୁ ତିନି ଜଣ ଏକ ବାଇକରେ ମଦ ପିଇବା ସହ ଦ୍ରୁତ ଗତିରେ ଆସି ଏହି ଗାଡିକୁ ଧକ୍କା ଦେଇଥିଲେ। ଧକ୍କା ଏତେ ଜବରଦସ୍ତ ଥିଲା ଯେ ଦୁଇ ବାଇକର ଜଣେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ନୂଆ ଗାଡି କିଣି ଚିତ୍ରକୋଣ୍ଡା ଯାଉଥିବା ଯୁବକମାନଙ୍କ ମଧ୍ୟରୁ ସାଧୁରାମ ଖରାର ମୃତ୍ୟୁ ହୋଇଥିବା ବେଳେ ପର୍ଶୁରାମ ଖରାର ଗୋଡ ଭାଙ୍ଗିଯାଇଛି।

ସେହିପରି ବାଲିମେଳାରୁ ବାଇକ୍‌ରେ ଫେରୁଥିବା ତିନି ଜଣଙ୍କ ମଧ୍ୟରୁ ଡମୁ ଖେମୁଡୁର ମୃତ୍ୟୁ ହୋଇଥିବା ବେଳେ କୁଶ ଖିଲ ଗୁରୁତର ହୋଇଛି। ଅନ୍ୟ ଜଣେ ସେଠାରୁ ଫେରାର ରହିଥିବା ଜଣାପଡିଛି। ମୃତ୍ୟୁବରଣ କରିଥିବା ଡମୁ ଖେମୁଡୁର ଘର ତାର୍ଲାକୋଟା ଗ୍ରାମ ବୋଲି ଜଣାପଡିଛି। ତେବେ ଦୁଇ ଆହତଙ୍କୁ ମାଲକାନଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। କୁଶ ଖିଲ ଗୁରୁତର ଥିବା ଡାକ୍ତର ପ୍ରକାଶ କରିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପ଼ଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe