ଚିତ୍ରଡ଼ା : ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ଚିକିଟାମାଟିଆ ନିକଟରେ ଆଜି ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦ୍ରୁତଗତିରେ ଆସୁଥିବାବେଳେ ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣ ବାଇକ୍ ଆରୋହୀଙ୍କ ଶୋଚନୀୟ ମୃତ୍ୟୁ ଘଟିଥିଲା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଦ୍ବୟ ହେଲେ ଜଳେଶ୍ବର ଥାନା ବିରିଶପୁର ଗ୍ରାମର ଚନ୍ଦ୍ରକାନ୍ତ ପାହାଡିଙ୍କ ପୁଅ ତପନ(୨୫) ଓ ଶୁଳିଆପଦା ଥାନା ପଥରନେସା ଗ୍ରାମର ହରି ହେମ୍ବ୍ରମଙ୍କ ପୁଅ ଗୁଭା ଓରଫ ଦାମୁ(୨୮)। ଖବର ଅନୁଯାୟୀ, ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଚିକିଟାମାଟିଆ ନିକଟରେ ଏକ ହିରୋ ଗ୍ଲାମର ବାଇକ୍ ସହ ବିପରୀତ ଦିଗରୁ ଆସୁଥିବା ଏକ ବଜାଜ ଡିସ୍କଭର ବାଇକ୍ ସହ ସାମ୍ନାସାମ୍ନି ଧକ୍କା ହୋଇଥିଲା। ଫଳରେ ୨ଟି ବାଇକ୍ରେ ଥିବା ୩ ଜଣ ଯୁବକ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ପୁଲିସକୁ ଖବର ଦେବା ସହ ଗୁରୁତର ୩ ଜଣଙ୍କୁ ଚିକିତ୍ସା ନିମନ୍ତେ ପ୍ରଥମେ ମୋରଡ଼ା ଓ ପରେ କିଶାନତାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ସେଠାେର ତପନ ଓ ଗୁଭାଙ୍କୁ ମୃତ ଘୋଷଣା କରିଥିଲେ। ଜାଗେନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଡାକ୍ତର କହିଛନ୍ତି।
ମୁହାଁମୁହିଁ ଧକ୍କାରେ ୨ ବାଇକ୍ ଆରୋହୀ ମୃତ
Advertisment
Follow Us