ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଜକିକିଆ ଠାରେ ଏକ କାର୍ ଓ ବାଇକ୍ ମୁହଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତକ ଦ୍ବୟ ହେଲେ କାର୍ରେ ବସିଥିବା ଉମରକୋଟର ଉଦୟନାଥ ମହାପାତ୍ର(୮୦) ଓ ବାଇକ୍ ଆରୋହୀ କଳାହାଣ୍ଡି ଜିଲ୍ଲାର ଲଣ୍ଡ୍ରୁସୁଗା ଗ୍ରାମର ରାକେଶ ଦିଗାଳ(୩୦)। ଅନ୍ୟ ଦୁଇ ବାଇକ୍ ଆରୋହୀ ଏବେ ଗୁରୁତର ଅବସ୍ଥାରେ ଅଧିକ ଚିକିତ୍ସା ନିମନ୍ତେ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଛନ୍ତି।
ସୂଚନା ପ୍ରକାରେ, ବାସୁଦେବ କାର୍(ଓଆର୧୦ଏକ୍ସ୦୯୫୧) ଯୋଗେ ଉମରକୋଟରୁ ଭୁବନେଶ୍ବର ଚିକିତ୍ସା ନିମନ୍ତେ ଯାଉଥିଲେ। ସମ୍ମୁଖରୁ ବାଲିଗୁଡ଼ାରୁ ତୁମୁଡ଼ିବନ୍ଧ ଅଭିମୁଖେ ଆସୁଥିବା ବାଇକ୍(ଡି୧୨ଇ୫୦୨୩) ସହ ମୁହାଁମୁହିଁ ଧକ୍କା ହେଇଥିଲା। ଫଳରେ ଘଟଣାସ୍ଥଳରେ କାର୍ରେ ବସିଥିବା ବାସୁଦେବ ଓ ବାଇକ୍ରେ ଥିବା ତିନିଜଣଙ୍କ ମଧ୍ୟରୁ ରାକେଶଙ୍କ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକେ ପୁଲିସ ଓ ଆମ୍ବୁଲାନ୍ସକୁ ଖବର ଦେବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶବ ଜବତ କରିବା ସହ ଆହାତଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏ ନେଇ କେସ୍ ନମ୍ବର ୧୮୭/୨୩ରେ ମାମଲା ରୁଜୁ କରି ପୁଲିସ ତଦନ୍ତ କରୁଥିବା ଏସ୍ଆଇ ଆଶୁତୋଷ ପାଇକରାଏ ସୂଚନା ଦେଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us