ଆମ୍ବପାଣି ଘାଟିରେ ଗଛକୁ ପିଟିଲା ବାଇକ୍‌, ଦୁଇ ମୃତ

Advertisment
ଆମ୍ବପାଣି ଘାଟିରେ ଗଛକୁ ପିଟିଲା ବାଇକ୍‌, ଦୁଇ ମୃତ

ପାପଡାହାଣ୍ଡି/ମୈଦଲପୁର : ନବରଙ୍ଗପୁର-କଳାହାଣ୍ଡି ସୀମାନ୍ତ ପାପଡାହାଣ୍ଡି ଥାନା ଅନ୍ତର୍ଗତ ଆମ୍ବପାଣି ଘାଟିରେ ଆଜି ସକାଳ ପ୍ରାୟ ୮ଟା ସମୟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବାଇକ ନିୟନ୍ତ୍ରଣ ହରାଇ ଗୋଟିଏ ଗଛରେ ପିଟି ହୋଇଯିବାରୁ ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଯାଇଛି। ମୃତକ ଦୁହେଁ ଆମ୍ବପାଣି ନିକଟସ୍ଥ କୋରଲାଖୁଣ୍ଟିଆପଡାର ରଘୁନାଥ ମାଝୀ ଏବଂ ତାଙ୍କ ପୁତୁରା ଚଇତୁ ମାଝୀ ବୋଲି ଜଣାପଡିଛି।

ସୂଚନା ଅନୁସାରେ, ଆମ୍ବପାଣି ଗ୍ରାମ ନିକଟସ୍ଥ କୋରଲା ଖୁଣ୍ଟିଆପଡାର ରଘୁନାଥ ମାଝୀ ଓ ତାଙ୍କ ପୁତୁରା ଚଇତୁ ବାଇକ୍‌ରେ ମୈଦଲପୁର ସ୍ଥିତ ସଂପର୍କୀୟଙ୍କ ଘରକୁ ଗତକାଲି ରାତିରେ ଆସିଥିଲେ। ତେବେ ଆଜି ସକାଳେ ଦୁହେଁ ବାଇକ୍‌ରେ ନିଜ ଘରକୁ ଫେରୁଥିବା ବେଳେ ଘାଟି ରାସ୍ତାରେ ଭାରସାମ୍ୟ ହରାଇବାରୁ ରାସ୍ତା କଡରେ ଥିବା ଗଛରେ ବାଇକ ଧକ୍କା ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe