ବିଦ୍ୟୁତ୍‌ ଆଘାତରେ ମା’-ପୁଅଙ୍କ ମୃତ୍ୟୁ, ଝିଅ ଓ ନାତିଙ୍କୁ ଉଦ୍ଧାର କରିବାକୁ ଯାଇ ଅଜା ଗୁରୁତର

Advertisment
ବିଦ୍ୟୁତ୍‌ ଆଘାତରେ ମା’-ପୁଅଙ୍କ ମୃତ୍ୟୁ, ଝିଅ ଓ ନାତିଙ୍କୁ ଉଦ୍ଧାର କରିବାକୁ ଯାଇ ଅଜା ଗୁରୁତର

ଭୁବନେଶ୍ବର: ଘରେ କାମ କରୁଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମା’ ଓ ପୁଅଙ୍କର ମୃତ୍ୟୁ ହୋଇଛନ୍ତି। ଏହି ଅଘଟଣରେ ଅଜା ଭାଗୀ ପାହାନ (୬୦) ଗୁରୁତର ହୋଇଛନ୍ତି। ଗଂଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରେ ଶୁକ୍ରବାର ଅପରାହ୍‌ଣରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ବ୍ୟକ୍ତିମାନେ ‌ହେଲେ ନିବାସୀ ପାହାନ (୫୦) ଓ ତାଙ୍କର ପୁଅ ଜିତେନ୍ଦ୍ର ପାହାନ (୨୩)।

ସୂଚନା ଅନୁସାରେ ଖଲ୍ଲିକୋଟ ଅଧୀନ ଲୋଙ୍ଘର ନିବାସୀ ପାହାନଙ୍କ ସହିତ ତାଙ୍କ ପୁଅ ଜିତେନ୍ଦ୍ର ଆଜି ଅପରାହ୍‌ଣ ସମୟରେ ଘର ଛାତରେ ପାଣି ଦେଉଥିବା ବେଳେ କୌଣସି କାରଣରୁ ଉଭୟ ମା’ ଓ ପୁଅ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ ସେମାନେ ଛଟପଟ ହେଉଥିଲେ। ମା’ ଓ ପୁଅ ବିଦ୍ୟୁତ କରେଣ୍ଟରେ ଲଟକିଯିବାର ଦୃଶ୍ୟ ଅଜା ଦେଖୁଥିଲେ। ସେ ଝିଅ ଓ ନାତିଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ବରଂ ଅଜା ମଧ୍ୟ ନିଜେ ଗୁରୁତର ହୋଇଥିଲେ। ପରେ ଅଜାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସରେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଭାଗୀଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା।

ରିପୋର୍ଟ ଲେଖାଯିବା ବେଳକୁ ଡାକ୍ତରଖାନାରେ ଭାଗୀଙ୍କ ଚିକିତ୍ସା ଜାରି ଥିବା ବେଳେ ମା’ ଓ ପୁଅଙ୍କ ମୃତଦେହ ପୁଲିସ ଜବତ କରିଛି। ଏହି ଘଟଣାକୁ ନେଇ ଲୋଙ୍ଘର ଗାଁ ସମେତ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ଦେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe