ଫୁଟବଲ୍‌ ଖେଳ ବେଳେ ବଜ୍ରପାତ; ୨ ଖେଳାଳି ମୃତ, ୨୫ ଆହତ

ଫୁଟବଲ୍‌ ଖେଳ ବେଳେ ବଜ୍ରପାତ; ୨ ଖେଳାଳି ମୃତ, ୨୫ ଆହତ

ରାଉରକେଲା: ଫୁଟବଲ୍‌ ଖେଳ ଚାଲିଥିବାବେଳେ ବଜ୍ରପାତ ହେବାରୁ ଦୁଇ ଖେଳାଳିଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୨୫ ଜଣ ଖେଳାଳୀ ଓ ଦର୍ଶକ ଆହତ ହୋଇଛନ୍ତି। ମୃତକମାନେ ହେଲେ ମାଇକେଲ ସୁରିନ (୧୬) ଓ ଅଜୟ ଲାଖୁଆ (୨୩)। ଆହତମାନଙ୍କୁ ପ୍ରଥମେ ହାତୀବାରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ଭର୍ତ୍ତି କରାଯାଇଛି। ହାତୀବାରି ପୁଲିସ ଦୁଇ ମୃତ ଖେଳାଳୀଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଲକ୍ଷ୍ମୀପୂଜାରେ ଏଭଳି ଦୁଃଖଦ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ନୂଆଗାଁ ବ୍ଳକ ଅନ୍ତର୍ଗତ ବନେଇଲତା ପଡ଼ିଆରେ ପ୍ରତିବାର ବନ୍ଧୁତ୍ବପୂର୍ଣ୍ଣ ପୁଟବଲ୍‌ ମ୍ୟାଚ ଅନୁଷ୍ଠିତ ହୋଇଥାଏ।

ଆଜି ଲକ୍ଷ୍ମୀପୂଜା ଅବସରରେ ଅପରାହ୍ନ ପ୍ରାୟ ୩ଟାରେ ବାର୍ତାଗୁଟୁ ଓ ବନେଇଲତା ଟିମ୍‌ ମଧ୍ୟରେ ଫୁଟବଲ୍‌ ମ୍ୟାଚ୍‌ ଚାଲିଥିଲା। ହଠାତ୍‌ ଘଡଘଡ଼ି ହେବା ସହ ବଜ୍ରପାତ ହୋଇଥିଲା। ମାଇକେଲ ସୁରିନ ଓ ଅଜୟ ଲାଖୁଆଙ୍କର ଖେଳପଡିଆରେ ମୃତ୍ୟୁ ହୋଇଯାଇଥିଲା। ଅନ୍ୟ ୨୫ ଜଣ ଖେଳାଳୀ ଓ ଦର୍ଶକ ଆହତ ହୋଇଥିଲେ। ସ୍ଥାନୀୟ ଗ୍ରାମବାସୀ ଓ ଦର୍ଶକ ଆହତମାନଙ୍କୁ ଖେଳପଡିଆରୁ ଉଦ୍ଧାର କରି ହାତୀବାରି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ୨୦ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଆର୍‌ଜିଏଚ୍‌ ସ୍ଥାନାନ୍ତର କରାଯାଇଛି। କିଛି ଆହାତଙ୍କୁ ଗ୍ରାମବାସୀମାନେ ଗୋବର ଭିତରେ ପୋତିଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe