ବଜ୍ରପାତ ନେଲା ଦୁଇ ଜୀବନ, ଆମ୍ବ ଗୋଟାଇବା ପାଇଁ ଯିବା ହେଲା କାଳ

Advertisment
ବଜ୍ରପା‌ତରେ ଯୁବଚାଷୀ ମୃତ

Image Courtesy of India.com

ବାଙ୍ଗିରିପୋଷି: ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଥିବା ବେଳେ ବୁଧବାର ବଜ୍ରଘାତରେ ନାବାଳକ ପୁଅ ଓ ଝିଅଙ୍କ  ମୃତ୍ୟୁ ହେବା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଘଟଣାରୁ  ଜଣାପଡେ କାଳ ବୈଶାଖୀ ପ୍ରଭାବରେ ଵୁଧବାର ଏଠାରେ  ବର୍ଷା ସହିତ ପାଂଚଟା ସମୟରେ ବଜ୍ରପାତ ହୋଇଥିଲା। ଏହି ବ୍ଲକ ବୁଢିଖମାରୀ ପଞ୍ଚାୟତ ମଶିଣାବିଲା ଗ୍ରାମର ମୁଚିଆ ଟୁଡୁଙ୍କ ବଡ ପୁଅ ସାଲାଇ ଟୁଡୁ (୧୦) ସହିତ ଘରପାଖ ପଡୋଶୀ ପିଥ ଟୁଡୁଙ୍କ ସାନ ଝିଅ ବସ୍କି ଟୁଡୁ( ୧୪) ଘର ପାଖ ଆମ୍ବ ଗୋଟାଇବା ପାଇଁ ଗଛ ପାଖକୁ ଯାଇଥିଲେ।  । ହଠାତ୍ କାଳ ବୈଶାଖୀ ମେଘ ଆସିବା ସହିତ ବଜ୍ରପାତ ହୋଇଥିଲା। ବଜ୍ରପାତରେ ଘଟଣାସ୍ଥଳରେ ଦୁହେଁ ମୃତ୍ୟୁ ବରଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe