କାମାକ୍ଷାନଗର: ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ବଡସୁଆଁଳ ପଞ୍ଚାୟତ ଚକାପାଳ ଗ୍ରାମରେ ଗୁରୁବାର ଅପରାହ୍ନରେ ବଜ୍ରପାତ ଘଟି ଶଳା ଓ ଭିଣୋଇଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବଡସୁଆଁଳ ପଞ୍ଚାୟତ ଚକାପାଳ ଗ୍ରାମର ପ୍ରକାଶ ପଧାନ ଓ ତାଙ୍କର ଶଳା କଙ୍କଡାହାଡ଼ ଥାନା ମକୁଆକାଟେଣୀ ଗ୍ରାମର ଦେବଦତ୍ତ ପଧାନ। ଦୁହେଁ ଗ୍ରାମପାଖ କାଜୁ ବଗିଚାକୁ କାଜୁ ଫଳ ସଂଗ୍ରହ ପାଇଁ ଯାଇଥିବା ବେଳେ ବଜ୍ରପାତ ଘଟିଥିଲା। ପରିବାର ଲୋକ ଖବର ପାଇ ଦୁହିଁଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ କାମାକ୍ଷାନଗର ଥାନା ପୁଲିସ ଶବକୁ ଜବତ କରି ଦୁଇଟି ଅପମୃତ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣା ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us