ବଜ୍ରାଘାତରେ ବୃଦ୍ଧାଙ୍କ ସମେତ ୨ ଜଣଙ୍କର ମୃତ୍ୟୁ

ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ବଜ୍ରାଘାତ ଘଟିଛି। ବଜ୍ରାଘାତରେ ଆଜି ଜଣେ ବୃଦ୍ଧାଙ୍କ ସମେତ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ଶନିବାର ଅପରାହ୍ନରେ ପ୍ରଚଣ୍ଡ ଘଡଘଡି ସାଙ୍ଗକୁ ପ୍ରବଳ ବର୍ଷା ହେଉଥ‌ିବା ବେଳେ ରାସ୍ତାରେ ଚାଲିଚାଲି ନିଜ ମାଉସୀ ଘରକୁ ଯାଉଥିବା

Lightning

ବୈଶିଙ୍ଗା: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ବଜ୍ରାଘାତ ଘଟିଛି। ବଜ୍ରାଘାତରେ ଆଜି ଜଣେ ବୃଦ୍ଧାଙ୍କ ସମେତ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ଶନିବାର ଅପରାହ୍ନରେ ପ୍ରଚଣ୍ଡ ଘଡଘଡି ସାଙ୍ଗକୁ ପ୍ରବଳ ବର୍ଷା ହେଉଥ‌ିବା ବେଳେ ରାସ୍ତାରେ ଚାଲିଚାଲି ନିଜ ମାଉସୀ ଘରକୁ ଯାଉଥିବା ଜନୈକା ବୃଦ୍ଧା ବଜ୍ରାଘାତର ଶୀକାର ହୋଇ ପ୍ରାଣ ହରାଇଛନ୍ତି। ମୃତା ବୃଦ୍ଧାଜଣକ ହେଉଛନ୍ତି ବେତନଟୀ ଥାନା ଶାଳବଣି ସାମିଲ ନହଣ୍ଡାଶୋଳ ପଞ୍ଚାୟତ ଅଧୀନ କାଇଁଚକୋଟି ଗ୍ରାମର ଘାସିରାମ ସିଂଙ୍କ ସ୍ତ୍ରୀ ଚାନ୍ଦମଣି ସିଂ(୭୩)।

ସୂଚନା ମୁତାବକ ଚାନ୍ଦମଣି ନିଜର ମାଉସୀଘର ବେତନଟୀ ଥାନା ଦହିକୋଟୀ ପଞ୍ଚାୟତ ଅଧୀନ ଆଗଡ଼ା ଗ୍ରାମକୁ ଚାଲିଚାଲି ଯାଉଥିଲେ। ଆଗଡ଼ା ଗାଁ ମୁଣ୍ଡରେ ବଜ୍ରାଘାତର ଶୀକାର ହୋଇ ଚାନ୍ଦମଣୀ ଟଳିପଡ଼ିଥ‌ିବା ବେଳେ ସ୍ଥାନୀୟଲୋକେ ଘରଲୋକଙ୍କୁ ଖବର ଦେଇଥିଲେ।

ଏହାପରେ ଉଦ୍ଧାରକରି ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ସୁଦ୍ଧା ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଏନେଇ ବେତନଟୀ ଡାକ୍ତରଖାନା ପକ୍ଷରୁ ବେତନଟୀ ପୁଲିସକୁ ଅବଗତ କରାଯାଇଥିବା ବେଳେ ରବିବାର ଶବବ୍ୟବଚ୍ଛେଦ ହେବାନେଇ ବେତନଟୀ ଥାନା ପକ୍ଷରୁ ସୂଚନା ଦିଆଯାଇଛିl

ସେହିପରି ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ରଡନପାଲି ଗାଁରେ ବଜ୍ରପାତରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଅଛନ୍ତି। ରଡନପାଲି ଗାଁର ଘଟଣା। ମୃତକ ହେଲେ ୨୬ ବର୍ଷୀୟ ନଳିନୀ ପୁନେମ। ପାଖରେ ଥିବା ୨ ଯୁବତୀ  ସାମାନ୍ଯ ଆହତ।

Mayurbhanj 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe