ଖାଦାନରେ ୨ଜଣଙ୍କ ମୃତ୍ୟୁ ମାମଲା: ଭିଜିଲାନ୍ସ ତଦନ୍ତ ପାଇଁ ଲୋକାୟୁକ୍ତଙ୍କ ନିର୍ଦ୍ଦେଶ

ଖଣିରେ ଡ୍ରାଇଭରଙ୍କ ମୃତ୍ୟୁ ଘଟଣା: ୧୦.୫ ଲକ୍ଷ ସହାୟତା ରାଶି ପ୍ରଦାନ ନିଷ୍ପତ୍ତି

ଯାଜପୁର/ଚଢ଼େଇଧରା : ଯାଜପୁର ଜିଲ୍ଲା ଜେନାପୁର ଥାନା ଅଧୀନ ଚଢ଼େଇଧରା ଫାଣ୍ଡି ପଛପଟେ ଥିବା ଲୁଣିବର ବେଆଇନ ପଥର ଖାଦାନରେ ଦୁର୍ଘଟଣା ଘଟି ୨ଜଣଙ୍କ ମୃତ୍ୟୁ ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି ଲୋକାୟୁକ୍ତ। ଲୋକାୟୁକ୍ତ ନିଜଆଡୁ ମାମଲା ରୁଜୁକରି ଭିଜିଲାନ୍ସ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ୨ମାସ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ କଟକ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ୩୧ତାରିଖ ସଂଧ୍ୟାରେ ଚଢେଇଧରା ଫାଣ୍ଡି ପଛପଟେ ଥିବା ଲୁଣିବର ବନ୍ଦ ସୈରାତରେ ଚୋରାପଥର ଖନନ ବେଳେ ପଥର ଧସିବାରୁ ପୋକଲିନ୍ ମେସିନ୍ ଖସିପଡ଼ିଥିଲା। ପଥର ଗଦା ତଳେ ଡ୍ରାଇଭର ଶାନ୍ତନୁ ଖିଲାର ଓ ଜଣେ ଶିଶୁ ଶ୍ରମିକ ପୋତି ହୋଇଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe