ରାୟଗଡ଼ା : ବିଦ୍ୟୁତ ତାର ଲାଗି ଶ୍ୱଶୁର, ବୋହୂ ମୃତ

ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ

fatafatnews.com

ବିଷମକଟକ : ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଠଙ୍ଗପଡ଼ା ଗାଁରେ ଆଜି ସକାଳେ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ଶ୍ବଶୁର ଏବଂ ବୋହୂ ଅକାଳରେ ପ୍ରାଣ ହରାଇଛନ୍ତି।

ସୂଚନା ଅନୁଯାୟୀ, ଠଙ୍ଗପଡ଼ା ଗାଁର ସୁମିତ୍ରା ମାଣ୍ଡିକା ଆଜି ସକାଳେ ପାଣି ଆଣିବାକୁ ଘରୁ ବାହାରକୁ ଯାଇଥିଲେ। ପାଣି ନେଇ ପଛପଟ କବାଟ ଦେଇ ଘର ଭିତରକୁ ପଶିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ। ଚିତ୍କାର ଶୁଣି ଶ୍ବଶୁର ଡାହାଣୀ ମାଣ୍ଡିକା ଉଦ୍ଧାର କରିବାକୁ ଚେଷ୍ଟା କରି ସେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବିଷମକଟକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେତେବେଳକୁ ଉଭୟଙ୍କ ମୃତ୍ୟୁ ହୋଇ ସାରିଥିବା ଡାକ୍ତର ଘୋଷଣା କରିଥିଲେ। ସୁମିତ୍ରା ଗର୍ଭବତୀ ଥିଲେ ବୋଲି ଜଣାପଡ଼ିଛି। ଘରକୁ ସଂଯୋଗ ହୋଇଥିବା ବିଦ୍ୟୁତ ତାର ଛିଣ୍ଡି ଯାଇ ବାରିପଟ ଲୁହା କବାଟ ଉପରେ ପଡ଼ିଥିଲା। ଯାହାଫଳରେ କବାଟ ଚାର୍ଜ ହୋଇ ଏଭଳି ମର୍ମନ୍ତୁଦ ଘଟଣା ଘଟିଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe