ଗଛରେ ପିଟି ହେଲା ବାଇକ୍‌, ୨ ମୃତ

Advertisment
ଗଛରେ ପିଟି ହେଲା ବାଇକ୍‌, ୨ ମୃତ

ରାଉରକେଲା: ଏକ ମୋଟରବାଇକ୍‌ ଗଛରେ ପିଟି ହେବାରୁ ଦୁଇ ଯୁବକଙ୍କର ମୃତ୍ୟୁ ହୋଇଛି। ଆଜି ଅପରାହ୍ନରେ ଏହି ଦୁର୍ଘଟଣା ଘଟିଛି। ମୃତକମାନେ ‌ହେଲେ କୁସୁମଡିହିର ରମେଶ କିସାନ ଓ ରଣଜିତ କିସାନ। ଦୁହେଁ ସୋଲ୍‌ରୁ ରଥଯାତ୍ରା ଦେଖି ମୋଟରବାଇକ୍‌ରେ ଘରକୁ ଫେରୁଥିଲେ। ସୋଲ୍‌ ସ୍କୁଲ ନିକଟରେ ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ବ ଗଛରେ ପିଟି ହୋଇଯାଇଥିଲେ। ସ୍ଥାନୀୟ ଲୋକ ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କୁଚିଣ୍ଡା ଡାକ୍ତରଖାନାରେ ପଠାଇଥିଲେ। ଚିକିତ୍ସାଧୀନ ଡାକ୍ତର ଦୁହିଁଙ୍କୁ ମୃ୍ତ ଘୋଷଣା କରିଥିଲେ। ଗୁରୁଣ୍ଡିଆ ପୁଲିସ ଦୁର୍ଘଟଣାଗ୍ରସ୍ତ ମୋଟରବାଇକ୍‌କୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe